ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ବିଶାଖାପାଟଣା,୧୯।୩: ମିଚେଲ ମାର୍ଶ ଏବଂ ଟ୍ରାଭିସ ହେଡଙ୍କ ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ କଙ୍ଗାରୁ ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ମୁମ୍ବାଇରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା। ବର୍ତ୍ତମାନ ସିରିଜ ୧-୧ରେ ବରାବର ହୋଇଛି। ମାର୍ଚ୍ଚ ୨୨ରେ ଚେନ୍ନାଇରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ତୃତୀୟ ଦିନିକିଆ ଜିତିଥିବା ଦଳ ଏହି ସିରିଜ ହାତେଇବ।
ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି ସଠିକ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୧୧ ଓଭରରେ ୧୨୧ ରନ ସ୍କୋର କରି ମ୍ୟାଚ ଜିତିଥିଲା। ମିଚେଲ ମାର୍ଶ ୩୬ ବଲରୁ ୬୬ ରନ୍‌ରେ ଅପରାଜିତ ରହିଥିଲେ ଏବଂ ଟ୍ରାଭିସ ହେଡ ୩୦ ବଲରୁ ୫୧ ରନ କରିଥିଲେ। ମାର୍ଶ ତାଙ୍କ ଇନିଂସରେ ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ହେଡ ୧୦ଟି ଚୌକା ମାରିଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ସ୍କୋର ବିରାଟ କୋହଲି କରିଥିଲେ। ସେ ୩୫ ବଲ୍‌ରୁ ୩୧ ରନ୍‌ କରିଥିଲେ। ସେହିପରି ଅକ୍ଷର ପଟେଲ ୨୯, ରବିନ୍ଦ୍ର ଜାଡେଜା ୧୬, ରୋହିତ ଶର୍ମା ୧୩ ରନ୍‌ ସୌକାର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟ୍ରାକ୍‌ ୫ଟି ଉଇକେଟ୍‌ ନେଇଥିବା ବେଳେ ସିନ୍‌ ଆବୋଟ ୩ ଏବଂ ନାଥନ ଏଲିସ ୨ଟି ଉଇକେଟ୍‌ ନେଇଥିଲେ।