Categories: Home Leftଖେଳ

ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ: ୧-୦ରେ ଅଗ୍ରଣୀ

ଡାଓର୍‌ବିନ,୧୦ା୮: ଟିମ୍‌ ଡେଭିଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୧୭ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି। ଡେଭିଡ୍‌ଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୧୨ ତାରିଖରେ ସମାନ ଭେନ୍ୟୁରେ ଖେଳାଯିବ।

ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୧୭୮ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଡେଭିଡ୍‌ ୫୨ ବଲରେ ୮୩ (୪ ଚୌକା ଓ ୮ ଛକା) ଓ କାମେରନ ଗ୍ରୀନ ୧୩ ବଲରେ ୩୫ (୪ ଚୌକା ଓ ୩ ଛକା) ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ କ୍ୱେନା ମାଫାକା ୪ ଓ କାଗିସୋ ରାବାଡା ୨ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୯ ଉଇକେଟ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ଲାଗି ରିୟାନ ରିକଲଟନ ସର୍ବାଧିକ ୭୧ (୭ ଚୌକା ଓ ୧ ଛକା) ଓ ଟ୍ରିଷ୍ଟାନ ଷ୍ଟବ୍ସ ୩୭ (୫ ଚୌକା) ରନ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଜୋଶ ହାଜେଲଉଡ୍‌ ଓ ବେନ ଡ୍ବାରଶୁଇସ ୩ ଲେଖାଏ ଉଇକେଟ ନେଇଥିବା ବେଳେ ଆଡାମ ଜାମ୍ପା ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ।