ଭାଲ୍ୟୁ ଆଡ଼ିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଅଡିଟ୍‌ ..

ନୂଆଦିଲ୍ଲୀ,୧୬।୧୧: ଦେଶରେ ଅଡିଟ୍‌ ଏବେ ଭାଲ୍ୟୁ ଆଡ଼ିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସିଏଜି ମୁଖ୍ୟାଳୟ ପରିସରରେ ଅଡିଟ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ମାଧ୍ୟମରେ ଦେଶର ବିକାଶ ଧାରା ଜାରି ରହିଛି।
ସିଏଜି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ପ୍ରତି ଅଡିଟ ଭାଲ୍ୟୁ ଆଡ଼ିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେଉଛି।
ଏକ ଅନୁଷ୍ଠାନ ଭାବରେ ସିଏଜି କେବଳ ଦେଶର ଆକାଉଣ୍ଟକୁ ଯାଞ୍ଚ କରେ ନାହିଁ ବରଂ ଉତ୍ପାଦନରେ ଦକ୍ଷତା ବୃଦ୍ଧି ସହିତ ଭାଲ୍ୟୁ ଆଡ଼ିଶନ ପ୍ରତି ନଜର ରଖିଥାଏ। ତେଣୁ, ଅଡିଟ ଦିବସ ଦେଶର ଆର୍ଥିକ ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏକ ସମୟ ଥିଲା ଯେତେବେଳେ ଦେଶରେ ଅଡିଟ ପ୍ରତି ଏକ ଭୟ ଏବଂ ଆଶଙ୍କା ସୃଷ୍ଟି ହେଉଥିଲା। ଏବେ ’ସିଏଜି ବନାମ ସରକାର’, ଦେଶର ଅର୍ଥନୀତିର ଏକ ସାଧାରଣ ବ୍ୟବସ୍ଥା ହୋଇଛି।