Categories: Home Leftଖେଳ

ଡେବ୍ୟୁରେ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ,୧୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ନୂଆ ଓପନର। ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଇଶାନ କିଷାନ ବିସ୍ଫୋରକ ଅର୍ଦ୍ଧଶତକ ଖେଳିଛନ୍ତି। ମାତ୍ର ୩୨ ବଲରେ ୧୭୫ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳିଛନ୍ତି ୫୬ ରନ୍‌ର ଅର୍ଦ୍ଧଶତକୀୟ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୫ ଚୌକା ଓ ୪ ବିଶାଳ ଛକା। ବିସ୍ଫୋରକ ବ୍ୟାଟିଂ ସହ ଖୁବ୍‌ ଚତୁରତାର ସହ ଷ୍ଟ୍ରାଇକ୍‌ ରୋଟେଟ୍‌ ମଧ୍ୟ କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସହ ସେ ଦ୍ୱିତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୯୪ ରନ୍‌ ।