ଜନ୍ମଦାତାଙ୍କୁ ହାଣିଦେଲା ପୁଅ, ବୃଦ୍ଧାବସ୍ଥାରେ…

ଚାନ୍ଦବାଲି,(ଅଶୋକ ପଣ୍ଡା)୨୨।୧୦: ପାରିବାରିକ କଳହର କରୁଣ ବରିଣତି। ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁରେ। ନିଜ ଜନ୍ମ କଲା ମା’ ଓ ବାପଙ୍କୁ ମଙ୍ଗଳବାର ରାତିରେ ହାଣିଲେ ପୁଅ। ଗୁରୁତୁର ଅବସ୍ଥାରେ ବୃଦ୍ଧ ମା’ ଓ ବାପାଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଅ ହେଉଛି ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁର ମନୋଜ ନାୟକ। ବୃଦ୍ଧ ପିତା ମଧୂସୁଦନ ନାୟକ ଏବଂ ମାତା ମାଧୁରୀ ନାୟକ ବୋଲି ଜଣାପଡିଛି। ଏହି ଘଟଣାରେ ମୋ ଫାଣ୍ଡି ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫାଣ୍ଡି ଅଧିକାରୀ ଛତିଶ କୁମାର ଗୋଛି କୁହନ୍ତି ମନୋଜକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

 

Dharitri – Odisha’s No.1 Odia Daily

Share