ବୁଗୁଡା,୧୦ା୩(କାଳିଚରଣ ଦାଶ): ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ଗୌରହରି ଦଳରା(୨୧)କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ କେଶ୍ ନଂ.୧୩୪/୨୫ରେ ମାମଲା ରୁଜୁ ହୋଇଛି। କିଛିଦିନ ତଳେ ଗୌରହରି ଓ ତାଙ୍କ ଗ୍ରାମର ମଙ୍ଗୁଳୁ ଦଳେଇ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ରବିବାର ଅପରାହ୍ନରେ ଗୌରହରି ଘରେ ଥିବାବେଳେ ମଙ୍ଗୁଳୁ, ବୁଗୁଡ଼ାର କେତେଜଣ ଯୁବକ ତାଙ୍କୁ ଗାଳି ଗୁଲଜ କରି ବାଉଁଶ ମୁଳିରେ ମରଣାନ୍ତକ ଆକ୍ରମଣ କରିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୌରହରିଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ବୁଗୁଡ଼ା ମେଡିକାଲକୁ ଆସି ଚିକିତ୍ସିତ ହେବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମଙ୍ଗୁଳୁଙ୍କ ମାଆଙ୍କ ପାଲଟା ଅଭିଯୋଗ କ୍ରମେ କେସ୍ ନଂ ୧୩୫/୨୫ରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାର ଅଭିଯୁକ୍ତମାନେ ଧରା ପଡ଼ି ନ ଥିବା ବେଳେ ପୋଲିସ୍ ତଦନ୍ତ କରୁଥିବା ଜଣାପଡ଼ିଛି।