Categories: Home Left

ଟେନସା ଫାଣ୍ଡିର ଦୁଇ କନଷ୍ଟେବଳଙ୍କୁ ଆକ୍ରମଣ: ଫେରାର ହେଲେ… 

ଟେନସା,୯।୪:(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକଠାରେ ଦୁଇ ପରିବାର ମଧ୍ୟରେ ଝଗଡା ହେବାର ଖବରପାଇ ଟେନସା ଫାଣ୍ଡିରୁ ଦୁଇ  କନଷ୍ଟେବଳ ପୃଥ୍ବୀରାଜ ପରିଡା, ଜିତେନ୍ଦ୍ର ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଏହି ସମୟରେ ମାଙ୍ଗାରା ମୁଣ୍ଡା ଏକ ଟାଙ୍ଗିଆ ଧରି  ଗାଳି ଗୁଲଜ କରୁଥିଲେ।  ହେଲେ ସେଠାରେ ପୋଲିସ ଟାଙ୍ଗିଆ ଛଡାଇଥିଲା।  ପରେ ମାଙ୍ଗାରା  ଏକ ଛୁରି  ସାହାଯ୍ୟରେ ଆକ୍ରମଣ କରିଥିଲେ। ଏଥିରେ  ଦୁଇ କନଷ୍ଟେବଳ ଆହାତ ହୋଇଥିଲେ।
ପରେ ମାଙ୍ଗାରା ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଆହାତ୨ ଦୁଇ କନଷ୍ଟେବଳ ବଳଙ୍କୁ ଟେନସା ଇସ୍ପାତ ଡାକ୍ତରଖାନାକୁ ନିଆଯାଇଥିଲା। ପୃଥ୍ବୀରାଜ ପରିଡା ଗୁରୁତର  ଥିବାରୁ ତାଙ୍କୁ ରାଉରକେଲା ଆରଜିଏଚ୍‌କୁ ପଠାଯାଇଛି । ଜିତେନ୍ଦ୍ର ରାଉତରାୟ ସାମାନ୍ୟ ଆହାତ ହୋଇଥିଲେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ  ଛାଡି ଦିଆଯାଇଛି । ଘଟଣା ସ୍ଥଳରେ ଲହୁଣୀପଡା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମାଙ୍ଗାରାଙ୍କ ପରିବାରକୁ ଟେନସା ଫାଣ୍ଡିରେ ରଖି ପଚରାଉଚାରା ଜାରି ରଖିଛି। ସେ ଖୁବଶୀଘ୍ର  ଧରା ପଡବେ ବୋଲି ପୋଲିସ କହିଛି।