ଇରାନ ଜାହାଜ ଉପରେ ବଡ଼ ଆକ୍ରମଣ: ୧୦୦ରୁ ଅଧିକ ନିଖୋଜ, ୭୮ ଆହତ

କଲମ୍ବୋ,୪ା୩: ବୁଧବାର ଶ୍ରୀଲଙ୍କାର ଦକ୍ଷିଣ ଉପକୂଳ ସମୁଦ୍ରରେ ଏକ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏକ ଇରାନୀ ଜାହାଜ ଉପରେ ସନ୍ଦେହଜନକ ବୁଡ଼ାଜାହାଜ ଆକ୍ରମଣ ପରେ ୧୦୧ ଜଣ  ନିଖୋଜ ଅଛନ୍ତି। ଏହା ବ୍ୟତୀତ ୭୮ ଜଣ ଆହତ ହୋଇଛନ୍ତି। ରଏଟର୍ସ ଦ୍ୱୀପ ରାଷ୍ଟ୍ରର ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ଇରାନୀ ଜାହାଜରୁ ଜରୁରୀକାଳିନ ସୂଚନା ପାଇବା ପରେ ଶ୍ରୀଲଙ୍କା ନୌସେନା ତୁରନ୍ତ ଏହାର ଜାହାଜଗୁଡ଼ିକୁ ପଠାଇଥିଲା। ମୁଖପାତ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନୌସେନା ୩୨ ଜଣ ଆହତ ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।

ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ ପୂର୍ବରୁ ସଂସଦର ସଦସ୍ୟମାନଙ୍କୁ କହିଥିଲେ ଯେ, ବୁଡ଼ି ଯାଉଥିବା ଜାହାଜର କର୍ମଚାରୀମାନଙ୍କୁ ଚିକିତ୍ସା ପାଇଁ କୂଳକୁ ଅଣାଯାଇଛି। ତଥାପି ସେ ଏହି ଅଭିଯାନ ବିଷୟରେ ଅଧିକ ବିବରଣୀ ପ୍ରଦାନ କରିନାହାନ୍ତି। ସେ କହିଛନ୍ତି, ଶ୍ରୀଲଙ୍କା ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବର୍ତ୍ତମାନ, ଜାହାଜର ପରିଚୟ, ଜାହାଜରେ ଥିବା ମୋଟ୍‌ ଲୋକଙ୍କ ସଂଖ୍ୟା କିମ୍ବା କଥିତ ବୁଡ଼ାଜାହାଜ ଆକ୍ରମଣ ପାଇଁ ଦାୟୀ ପକ୍ଷ ସମ୍ପର୍କରେ କୌଣସି ସରକାରୀ ସୂଚନା ଉପଲବ୍ଧ ନାହିଁ।

ଶ୍ରୀଲଙ୍କା ପ୍ରତିରକ୍ଷା ଅଧିକାରୀ ଏବଂ ଇରାନ କର୍ତ୍ତୃପକ୍ଷଙ୍କଠାରୁ ଅଧିକ ସୂଚନା ଅପେକ୍ଷା କରାଯାଇଛି।

Dharitri – Odisha’s No.1 Odia Daily