ସଂଘବଦ୍ଧ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା,୧୯ା୪(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ ଶୁକ୍ରବାର ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଥିଲେ। ପୋଲିସ ଶନିବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାକୋଟ ଗ୍ରାମର ଦିଗାମ୍ବର ଦାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଗୋଟିଏ ପଞ୍ଝା ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ ହୋଇଛି। ଆକ୍ରମଣରେ ସଂପୃକ୍ତ ଆଉ ୬ଜଣଙ୍କୁ ଗିରଫ ଲାଗି ଉଦ୍ୟମ ଚାଲିଥିବା ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସଂଘବଦ୍ଧ ଆକ୍ରମଣରେ କେ. ଭରତପଲ୍ଲୀ ଗ୍ରାମର ଚିତ୍ରସେନ ମଳିକ, ଲକ୍ଷ୍ମଣ ମଳିକ, ନିରଞ୍ଜନ ମଳିକ ଓ ନାରାୟଣ ମଳିକ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଚିତ୍ରସେନ ଆସିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ.୨୮୯/୨୫ରେ ଏକ ମାମଲା ରୁଜୁ କରିଥିଲା। ପୂର୍ବରୁ ଚିତ୍ରସେନ ଭଲ ପାଉଥିବା ଜଣେ ଯୁବତୀଙ୍କ ଫଟୋକୁ ମୋବାଇଲ ଫୋନ୍‌ ଷ୍ଟାଟସରେ ରଖିଥିବା ଘଟଣାକୁ ନେଇ ଏହି ଆକ୍ରମଣ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Share