ସରକାରୀ ବାସଭବନରେ ପଶି ବିଡିଓଙ୍କୁ ମାଡ଼

ଉଲୁଣ୍ଡା,୨୭ା୯(ଗୌରଚନ୍ଦ୍ର ପରିଛା):ସୁବର୍ଣ୍ଣପୁର ଜିଲାର ଉଲୁଣ୍ଡା ବିଡ଼ିଓଙ୍କ ସରକାରୀ ବାସଭବନରେ ଶନିବାର କେତେଜଣ ବ୍ୟକ୍ତି ପଶି ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ବିଡ଼ିଓ ଚିନ୍ମୟ ମହାନନ୍ଦ ସରକାରୀ ବାସଭବନରେ ଥିଲେ। ହଠାତ୍‌ ୬ରୁ ୭ଜଣ ବ୍ୟକ୍ତି ପଶି ଆସି ବିଡ଼ିଓଙ୍କୁ ଡ଼ାକିଥିଲେ। ବିଡ଼ିଓ ଘରୁ ବାହାରି ଆସି କ’ଣ ହେଲା ବୋଲି ପଚାରିଥିଲେ। କିନ୍ତୁ ହଠାତ୍‌ ସଂପୃକ୍ତ ବ୍ୟକ୍ତିମାନେ ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେବା ସହ ଦୁଇଟି ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ଏସଡିପିଓ ହେମନ୍ତ ରାଓ, ଆଇଆଇସି ଲିଙ୍ଗରାଜ ସେଠୀ, ତହସିଲଦାର ମମତା ମେହେର ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏହାପରେ ବିଡିଓ ମହାନନ୍ଦ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି। ଅତିରିକ୍ତ ଜିଲାପାଳ ଅଞ୍ଜେଳିନା ପଧାନ, ରାଜେନ୍ଦ୍ର ମାଝି ଓ ଜିଲା ପରିଷଦ ସିଇଓ ଅଶ୍ୱିନୀ ମେହେର ଥାନାରେ ପହଞ୍ଚତ୍ ଘଟଣା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି।