ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି ସାହାଯ୍ୟରେ ତାଡି ଧରି ନେଇ ଫେରାର ମାରିଥିଲେ। କୌଣସି ସୂତ୍ରରୁ ଝାରସୁଗୁଡା ପୋଲିସ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପିସିଆର୍‌ ଟିମ୍‌ ଆରମ୍ଭ କରିଛି।

ଅନ୍ୟପକ୍ଷେ ପୋଲିସ ଜେସିବି ସହିତ ଏଟିଏମ୍‌ ମେଶିନ ଜବତ କରିଛି। ବ୍ୟାଙ୍କ ଟେକ୍ନିକାଲ ଟିମ୍‌ ଏଟିଏମ୍‌ ମେଶିନ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଏଟିଏମ୍‌ରେ ଥିବା ଟଙ୍କା ଓ ମେଶିନ ଠିକ ଥିବା ଜଣାପଡିଛି।

ଏସ୍‌ଡିପିଓ ଉମାଶଙ୍କର ସିଂଙ୍କ ସୂଚନା ଅନୁସାରେ ଜେସିବି ମାଲିକଙ୍କ ସହିତ ୩ଜଣଙ୍କୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣା ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ସଦର ଥାନା ଆଇଆଇସି ସାରାଣୀ ଗୋଛାୟତ ଶୀଘ୍ର ଚୋରମାନଙ୍କୁ ଧରାଯିବ ବୋଲି କହିଛନ୍ତି।