ପୁଅ ଅସଦଙ୍କ ପାଖରେ ଅତିକ ଅହମ୍ମଦଙ୍କୁ ଦିଆଯିବ ସମାଧି

ଲକ୍ଷ୍ନୌ,୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ଉତ୍ତରପ୍ରଦ୍ରେଶର ପ୍ରୟାଗରାଜରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ତିନି ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି। ତେବେ ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବର୍ତ୍ତମାନ ଉଭୟଙ୍କ ଅନ୍ତିମ ସତ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଭାଇଙ୍କୁ ସମାଧି ଦେବା ପାଇଁ କସାରୀ ମସାରି ଶ୍ମଶାନରେ ଗାତ ଖୋଳାଯାଇଛି। ସମାଧି ଖୋଳିଥିବା ବ୍ୟକ୍ତି ଜାନୁ ଖାନ କହିଛନ୍ତି ଯେ, ଅସଦଙ୍କ ସହ ଅତିକ-ଅଶ୍ରଫଙ୍କ ସମାଧି ଖୋଳାଯାଇଛି। ଅତିକଙ୍କ ମା’ବାପାଙ୍କୁ ମଧ୍ୟ ଏଠାରେ ସମାଧି ଦିଆଯାଇଥିଲା। ତେବେ ଅତିକ-ଅଶ୍ରଫଙ୍କ ସମାଧି ଖୋଳିବା ପାଇଁ ୫-୬ ଜଣ ଶ୍ରମିକ ନିୟୋଜିତ ହୋଇଥିବା ସେ କହିଛନ୍ତି।

ପୋଲିସ ସୂଚନାନୁଯାୟୀ, ପ୍ରୟାଗରାଜ ଧୁମଙ୍ଗଞ୍ଜ ଥାନା ପ୍ରଭାରୀ ନିରୀକ୍ଷକ(ଏସ୍‌ଏଚ୍‌ଓ)
ତିନି ଅଭିଯୁକ୍ତଙ୍କ ବିରୋଧରେ ଶାହଗଞ୍ଜ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରିଛି।