୨୦୩୨ରେ ଚନ୍ଦ୍ରକୁ ଧକ୍କାଦେବ ଗ୍ରହାଣୁ ପିଣ୍ଡ

ନୂଆଦିଲ୍ଲୀ,୩୧ା୧: ୨୦୩୨ରେ ଏକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କା ଦେବା ନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଉକ୍ତ ଗ୍ରହାଣୁ ପିଣ୍ଡର ଓସାର ପ୍ରାୟ ୬୦ ମିଟର। ତେବେ ଚନ୍ଦ୍ର ସହ ଧକ୍କାଦେବାର ଆଶଙ୍କା ୪ ପ୍ରତିଶତ ରହୁଥିବା ସେମାନେ କହିଛନ୍ତି। ସମ୍ଭାବନା କମ୍‌ ହେଲେ ମଧ୍ୟ ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଓ ଉତ୍କଣ୍ଠିତ ଅଛନ୍ତି। ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କାଦେଲେ ସୃଷ୍ଟି ହେବାକୁ ଥିବା ଭଗ୍ନାବଶେଷ, ସାଟେଲାଇଟ୍‌ କ୍ଷତି ଏବଂ ସମ୍ଭାବ୍ୟ ଅଗ୍ନିପିଣ୍ଡୁଳା ବର୍ଷାକୁ ନେଇ ସେମାନେ ଚିନ୍ତିତ ଅଛନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଗ୍ରହାଣୁପିଣ୍ଡ ୨୦୨୪ଓ୍ବାଇଆର୍‌୪ ଯେଉଁ ପଥ ଦେଇ ଗତିକରୁଛି, ତାହା ୨୦୩୨ ଡିସେମ୍ବର ୨୨ରେ ଚନ୍ଦ୍ର ସହ ଧକ୍କା ଲାଗିପାରେ। ଏହି ସଂଘର୍ଷରୁ ପ୍ରଚୁର ଶକ୍ତିର ପ୍ରଭାବ ଅନୁଭୂତ ହେବ। ୨୦୧୩ରେ ଏକ ଅଧିକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡର ସଂଘର୍ଷ ଯୋଗୁ ହୋଇଥିବା ପ୍ରଭାବରୁ ଏହା ବହୁତ ଶକ୍ତିଶାଳୀ ହେବ। ଏହା ଫଳରେ ଚନ୍ଦ୍ରରେ ୧ କିଲୋମିଟର ଓସାରର ଗର୍ତ୍ତ ସୃଷ୍ଟି ହେବା ସହ ୫.୦ ତୀବ୍ରତାର ଚନ୍ଦ୍ର କମ୍ପନ ଅନୁଭୂତ ହେବ। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଲେକେ ଏହାର ପ୍ରାରମ୍ଭିକ ପ୍ରଭାବ ଦେଖିପାରିବେ। ଏହି ସମୟରେ ରାତ୍ରି ଆକାଶ ଆଲୋକମୟ ହୋଇଯିବ।

Dharitri – The Largest & Most Trusted Odia Daily