ସଇଁତଳା,୩।୯: ବଲାଙ୍ଗୀର ଜିଲା ବଡ଼ମାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ଜଣ ଦୁର୍ବୃତ୍ତ ଫାଣ୍ଡି ଭିତରକୁ ଧସେଇ ପଶି ଫାଣ୍ଡି ଅଧିକାରୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ତାଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ରବିବାର ସନ୍ଧ୍ୟାରେ ଦୁଇଜଣ ଦୁର୍ବୃତ୍ତ ଫାଣ୍ଡି ଭିତରକୁ ଧସେଇ ପଶିଥିଲେ। ପରେ ସେମାନେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଧମକଚମକ ଦେଇଥିଲେ। ଏନେଇ ଫାଣ୍ଡି ଅଧିକାରୀ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ରମେଶ ବସ୍ତିଆ ଏବଂ ତାଙ୍କ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବଲାଙ୍ଗୀର ଏସ୍ପି କହିଛନ୍ତି। ହେଲେ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ନ ଥିବା ବେଳେ ଘଟଣାର ତଦନ୍ତ ଚଳାଇଛି।