ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ହାଣିଲେ, ଭୀଷଣ ଆଘାତ ଯୋଗୁ…

ଦିଗପହଣ୍ଡି, ୧୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ଗୁରୁବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଛି। ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ବି. ତୁରୁବୁଡି ଗ୍ରାମର ଟୁନା ଚୌଧୁରୀ (୫୨) ବୋଲି ଜଣାପଡିଛି। ସରପଞ୍ଚ ବି.ଲିଙ୍ଗରାଜ ଦୋରା ଓ ଅନ୍ୟମାନଙ୍କ ସହାୟତାରେ ଗୁରୁତର ଟୁନାଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶରୀରର ବିଭିନ୍ନ ସ୍ଥାନରେ ଭୀଷଣ ଆଘାତ ଲାଗିଥିବା ଯୋଗୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବି. ତୁରୁବୁଡି ଗ୍ରାମର ପି. କ୍ରିଷ୍ଣା ରେଡ଼ି ଓ ତାଙ୍କର ସହଯୋଗୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Dharitri – Odisha’s No.1 Odia Daily

Share