A rescue team evacuates locals on an inflatable boat during a flood after heavy rain in Bekasi, near Jakarta, Indonesia January 1 2020, in this photo taken by Antara Foto. Antara Foto/Saptono/via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. MANDATORY CREDIT. INDONESIA OUT.
ଗୁଆହାଟୀ,୧୭ା୭(ଆଇଏଏନ୍ଏସ୍):ଆସାମରେ ବନ୍ୟା ସ୍ଥିତି ସଙ୍ଗିନ୍ ରହିଛି। ଗୁରୁବାର ଆଉ ୫ ଜଣଙ୍କ ମୃତ୍ୟୁ ଘଟିବା ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୧ରେ ପହଞ୍ଚତ୍ଛି। ୨୭ ଜିଲାରୁ ପ୍ରାୟ ୪୦ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାବ୍ୟତୀତ ବନ୍ୟାରେ ୭୬ ବନ୍ୟ ପ୍ରାଣୀଙ୍କ ମୃତ୍ୟୁ ହେବା ସହ ୧୨୧ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ୨,୨୦୦ରୁ ଊର୍ଦ୍ଧ୍ୱ ଗଣ୍ଡାଙ୍କ ବାସସ୍ଥାନ ବିଶ୍ୱପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନର ୯୫ ପ୍ରତିଶତ ଜଳାର୍ଣ୍ଣବ ହୋଇଛି। ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଆସାମର ସୋନିତପୁର, ବିଶ୍ୱନାଥ, ତିନସୁକିଆ, ଲକ୍ଷ୍ମୀପୁର, ବୋଙ୍ଗାଇଗାଁଓ, କାମରୂପ, ଗୋଲାଘାଟ, ଶିବସାଗର, ମୋରିଗାଁଓ, ଧୁବ୍ରି, ନାଗାଓଁ, ନାଲବାରୀ, ବରପେଟା, ଧେମାଜି, ଟଦଲଗୁରି, ଗୋଲପରା ଓ ଦିବ୍ରଗଡ଼ ଜିଲା ବନ୍ୟାପ୍ଳାବିତ ହୋଇଥିବାବେଳେ ୭୧ ଜଣଙ୍କ ଜୀବନ ଯାଇଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଅନ୍ୟ ୨୬ ଜଣ ପ୍ରାଣ ହରାଇଛନ୍ତି। ବ୍ରହ୍ମପୁତ୍ର ସମେତ ୭ରୁ ଅଧିକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୩,୨୧୮ ଗଁା ପାଣି ଘେରରେ ରହିଥିବାବେଳେ ୧,୩୧,୩୬୮ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୨୫ ଜିଲାର ୭୪୮ ରିଲିଫ୍ କ୍ୟାମ୍ପ୍ରେ ୫୦ ହଜାର ଲୋକ ଆଶ୍ରୟ ନେଇଛନ୍ତି।