ହାଙ୍ଗ୍ଝୋ,୮ା୯: ନବନୀତ କୌର ଓ ମମ୍ତାଜ ଖାନ୍ଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ଏସିଆ କପ୍ ମହିଳା ହକି ଟୁର୍ନାମେଣ୍ଟର ପୁଲ୍ ‘ବି’ରେ ୩୪ ର଼୍ୟାଙ୍କିଙ୍ଗପ୍ରାପ୍ତ ସିଙ୍ଗାପୁରକୁ ୧୨-୦ ଗୋଲରେ ପରାସ୍ତ କରିଛି।
ଏଥି ସହିତ ଦଳ ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ନବନୀତ ୧୪ତମ, ୨୦ତମ ଓ ୨୮ତମ ମିନିଟରେ ଗୋଲ ସ୍କୋର କରିଥିବା ବେଳେ ମମ୍ତାଜ ୨ୟ, ୩୨ତମ ଓ ୩୯ତମ ମିନିଟ୍ରେ ତାଙ୍କ ଗୋଲ୍ଗୁଡ଼ିକ ସ୍କୋର କରିଥିଲେ।
ନେହା ୧୧ଶ ଓ ୩୮ତମ ମିନିଟ୍ରେ ଦୁଇଟି ଗୋଲ୍ ଦେଇଥିବା ବେଳେ ଲାଲ୍ରେମ୍ସିଆମି (୧୩ତମ), ଇଦିତା (୨୯ତମ) ଓ ଋତୁଜା ପିସାଲ (୫୩ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ବିଶ୍ୱର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଦଳ ଟୁର୍ନାମେଣ୍ଟ ଓପନରରେ ଥାଇଲାଣ୍ଡକୁ ୧୧-୦ ଗୋଲ୍ରେ ପରାସ୍ତ କରିଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ସୁପର-୨ରେ ପୁଲ୍ ‘ଏ’ରେ ଦ୍ୱିତୀୟ ସ୍ଥାନରେ ଥିବା ଦଳକୁ ଭେଟିବ।