Categories: Home Leftଖେଳ

ଏସିଆ କପ୍‌ ମହିଳା ହକି: ଭାରତ-ଚାଇନା ଫାଇନାଲ

ହାଙ୍ଗ୍‌ଝୋ,୧୩ା୯: ଏସିଆକପ୍‌ ମହିଳା ହକିର ଫାଇନାଲ ରବିବାର ଭାରତ ଓ ଚାଇନା ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଶନିବାର ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ୧-୧ରେ ଡ୍ର ରହିଥିଲା। ଭାରତର ଫାଇନାଲରେ ପ୍ରବେଶ ଚାଇନା-କୋରିଆ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା।

ସୌଭାଗ୍ୟ ବଶତଃ ଏହି ମ୍ୟାଚରେ ଚାଇନା ୧-୦ ଗୋଲ୍‌ରେ କୋରିଆକୁ ହରାଇ ଦେଇଥିଲା। ଜାପାନ ବିପକ୍ଷ ମ୍ୟାଚରେ ଭାରତର ଆରମ୍ଭ ଉତ୍ସାହଜନକ ଥିଲା। ୭ମ ମିନିଟରେ ବିୟୁଟି ଡୁଙ୍ଗ୍‌ ଡୁଙ୍ଗ୍‌ ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଜାପାନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥିଲା। ଖେଳ ଶେଷ ହେବାକୁ ଆଉ ୨ ମିନିଟ ସମୟ ବାକିଥିବା ବେଳେ କୋବାୟାକାୟା ଶିହୋ ଏକ ଗୋଲ୍‌ ସ୍କୋର କରି ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ନେଇ ଆସିଥିଲେ।

ଟୁର୍ନାମେଣ୍ଟରେ ଦୁଇ ଦଳ ମଧ୍ୟରେ ଏହା ଦ୍ୱିତୀୟ ଡ୍ର’। ପୁଲ୍‌ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ରେ ଅମୀମାଂସିତ ରହିଥିଲା। ଭାରତ ଯଦି ପୂର୍ବରୁ କୋରିଆ ବିପକ୍ଷରେ ବିଜୟ ହାସଲ କରିପାରିଥାନ୍ତା ତେବେ ଆୟୋଜକ ଚାଇନା ବିପକ୍ଷରେ ଫାଇନାଲ ଖେଳିବା ଲାଗି ସିଧାସଳଖ ଯୋଗ୍ୟତା ହାସଲ କରିପାରିଥାନ୍ତି।