Categories: Home Middleଖେଳ

ଏସିଆ କପ୍ ବିବାଦ: ହାରିସ୍ ରୌଫ୍‌ ୨ ମ୍ୟାଚ୍‌ ସସପେଣ୍ଡ, ସୂର୍ଯ୍ୟକୁମାର ଯାଦବ ମଧ୍ୟ…

ନୂଆଦିଲ୍ଲୀ,୪।୧୧: ଚଳିତ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ସମୟରେ ଉତ୍ତେଜନାପୂର୍ଣ୍ଣ ଆଚରଣ ଯୋଗୁଁ ଆଇସିସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ୍‌ଙ୍କୁ ୨ଟି ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିବା ବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଜୋରିମାନା ଲଗାଯାଇଛି।

ଭାରତୀୟ ପ୍ରଶଂସକଙ୍କୁ ଲକ୍ଷ୍ୟ କରି ଉତ୍ତେଜକ ତଥା ଅଶାଳୀନ ଭାବେ ହାତରେ ଇସାରା କରିବା ଅଭିଯୋଗରେ ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ୨ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଛି।

ସେହିପରି ପାକିସ୍ତାନ ବିପକ୍ଷରେ ବିଜୟ ପରେ ଦଳର ଜିତକୁ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ସମର୍ପିତ କରିବା ନେଇ ସେ ଦେଇଥିବା ମନ୍ତବ୍ୟକୁ ଆଇସିସି “ରାଜନୈତିକ” ବୋଲି ବିବେଚନା କରିଛି। ଏହି କୋଡ୍ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ ପାଇଁ ତାଙ୍କ ମ୍ୟାଚ୍ ଫି’ର ୩୦ ପ୍ରତିଶତ ଜୋରିମାନା କରାଯାଇଛି।

ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ହୋଇଥିବା ଜୋରିମାନାକୁ ନେଇ ବିସିସିଆଇ (BCCI) ଆଇସିସିରେ ଅପିଲ୍ କରିଥିବା ଜଣାପଡ଼ିଛି।

Share