Categories: Home Leftଖେଳ

ପିସିବିର କାର୍ଯ୍ୟକ୍ରମରେ ସାମିଲ ହେଲେ ବିସିସିଆଇ ଅଧ୍ୟକ୍ଷ, ବାବର ଆଜମଙ୍କ ସମେତ ଏହି ଖେଳାଳିଙ୍କୁ ଭେଟିଲେ

ଇସଲାମାବାଦ,୫।୯: ଲାହୋରରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସାମିଲ ହୋଇଛନ୍ତି। ଏହି ସମୟରେ ଉଭୟ ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶର ଖେଳାଳିଙ୍କୁ ଭେଟିଛନ୍ତି। ବିସିସିଆଇର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପିସିବି ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ମଧ୍ୟ ସାମିଲ ହୋଇଥିଲେ। ସୋମବାର ରୋଜର ବିନ୍ନି ଏବଂ ରାଜୀବ ଶୁକ୍ଲା ୱାଗା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ।