ଦୁବାଇ,୧୫ା୯: ଏସିଆ କପ୍ ୨୦୨୫ରେ ସୋମବାର ମ୍ୟାଚ୍ ୭ରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓମାନକୁ ୪୨ ରନରେ ପରାସ୍ତ କରିବା ପରେ ଭାରତ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନ ଓ ୟୁଏଇକୁ ବଡ଼ ବ୍ୟବଧାନରେ ହରାଇ ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଆଗେଇ ଚାଲିଛି।
ୟୁଏଇର ଓପନର ଓ୍ଵାସିମ ୫୪ ବଲରୁ ୬୯ ଓ ଶରାଫୁ ୩୮ ବଲରୁ ୫୧ ରନ କରି ୧୭୨/୫ର ସ୍କୋର କରିଥିଲେ। ଓମାନ ୧୮.୪ ଓଭରରେ ୧୩୦ ରନରେ ଅଲଆଉଟ ହୋଇଥିଲା। ୟୁଏଇର ସିଦ୍ଦିକି ଓ ହାଇଦର ଆଲୀ ଦୁଇଟି ଲେଖାଏଁ ଉଇକେଟ ନେଇ ଓମାନକୁ ୫୦/୫ରେ ପହଞ୍ଚାଇଥିଲେ। ମହମ୍ମଦ ଜାଓ୍ଵାଦୁଲ୍ଲାଙ୍କ ୨/୧୮ ପ୍ରଦର୍ଶନ ଓମାନର ଆଶା ଭାଙ୍ଗିଥିଲା।
ୟୁଏଇ ବୁଧବାର ପାକିସ୍ତାନ ବିପକ୍ଷରେ ଖେଳିବ, ଯାହା ସୁପର ୪ ପାଇଁ ନିର୍ଣ୍ଣାୟକ ହୋଇପାରେ। ଭାରତ ଓମାନ ବିପକ୍ଷେ ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ। ୟୁଏଇ ଓ ଓମାନ ପ୍ରଥମ ମ୍ୟାଚରେ ଯଥାକ୍ରମେ ଭାରତ ଓ ପାକିସ୍ତାନଠାରୁ ହାରିଥିଲେ।