Categories: Home Middleଖେଳ

ଆଜିଠୁ ଏସିଆ କପ୍‌ ହକି, ମୁହାଁମୁହିଁ ହେବେ ୮ ଟିମ୍‌

ପାଟ୍‌ନା,୨୯ା୮: ଆଜି ଅର୍ଥାତ୍‌ ଶୁକ୍ରବାରଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍‌ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ୮ଟି ଟିମ୍‌ ମୁହାଁମୁହିଁ ହେବେ। ପୁଲ ଏ’ରେ ଭାରତ ସମେତ ଚାଇନା, ଜାପାନ ଓ କାଜାକସ୍ତାନ। ସେହିପରି ପୁଲ ବି’ରେ ମାଲେସିଆ, କୋରିଆ, ବାଂଲାଦେଶ ଓ ଚାଇନିଜ ତାଇପେଇ ଭାଗ ନେବେ।

୨୦୨୬ FIH ବିଶ୍ୱକପ୍‌ରେ ସିଧାସଳଖ ପ୍ରବେଶ କରିବେ ଏସିଆ କପ୍‌ ବିଜେତା। ଆସନ୍ତା ବର୍ଷ ନେଦରଲାଣ୍ଡସ୍‌ ଏବଂ ବେଲଜିୟମ୍‌ରେ ହେବ FIH ପୁରୁଷ ବିଶ୍ୱକପ। ହରମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ଖେଳିବ ୧୮ ଜଣିଆ ଭାରତୀୟ ଦଳ। ଟିମ୍‌ରେ ୩ ଓଡ଼ିଆ ଅମିତ୍‌ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀପ ଖେସ ଖେଳିବେ।