Asia Cup 2025: ନୂଆ ରୂପରେ ଟିମ୍‌ ଇଣ୍ଡିଆ, ଜର୍ସିରେ ନାହିଁ…

ନୂଆଦିଲ୍ଲୀ,୮।୯: ଏସିଆ କପ ୨୦୨୫ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ଅନଲାଇନ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ ଦଳ ତାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏସିଆ କପ ପାଇଁ ଟିମ ଇଣ୍ଡିଆର ନୂତନ ଜର୍ସି ଶେୟାର କରିଛି। ଟିମ ଇଣ୍ଡିଆ ସେପ୍ଟେମ୍ବର ୧୦ରେ ୟୁନାଇଟେଡ ଆରବ ଏମିରେଟ୍ସ (UAE) ବିପକ୍ଷରେ ଏସିଆ କପରେ ପ୍ରଥମ ମ୍ୟାଚ ଖେଳିବ।

ପୂର୍ବରୁ ଅଲରାଉଣ୍ଡର ଶିବମ ଦୁବେ ଇନଷ୍ଟାଗ୍ରାମରେ ନୂତନ ଜର୍ସି ପିନ୍ଧିଥିବା ଫଟୋ ଶେୟାର କରିଥିଲେ, ଏବେ ଟିମ ଇଣ୍ଡିଆ ମଧ୍ୟ ଏକ ଭିଡିଓ କ୍ଲିପ ମାଧ୍ୟମରେ ନୂତନ ଜର୍ସି ଲଞ୍ଚ କରିଛି। ଏହି ନୂତନ ଜର୍ସିରେ କେବଳ ଟୁର୍ନାମେଣ୍ଟର ନାମ, BCCI ଲୋଗୋ ଏବଂ ‘INDIA’ ବଡ଼ ଅକ୍ଷରରେ ଲେଖାଯାଇଛି। ପ୍ରାୟୋଜକ ଥିବା ସ୍ଥାନକୁ ଖାଲି ରଖାଯାଇଛି।

ଚଳିତ ସପ୍ତାହରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ନୂତନ ପ୍ରାୟୋଜକଙ୍କ ପାଇଁ ଆବେଦନ ଆମନ୍ତ୍ରଣ କରିଥିଲା। ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୨ ରଖାଯାଇଛି ଏବଂ ବିଡ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୬। ଏଥର ବିସିସିଆଇ ସତର୍କତାର ସହ ନିଷ୍ପତ୍ତି ନେବାକୁ ଚାହୁଁଛି, ଯାହା ଦ୍ୱାରା ‘ଡ୍ରିମ୧୧’ ଭଳି ପରିସ୍ଥିତି ପୁଣି ଥରେ ସୃଷ୍ଟି ନ ହୁଏ। ନୂତନ ଅନଲାଇନ ଗେମିଂ ବିଲ ପ୍ରଚଳନ ସହିତ, ଭାରତ ସରକାର ଡ୍ରିମ୧୧ ଏବଂ ଅନ୍ୟାନ୍ୟ ଅନଲାଇନ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ନିଷିଦ୍ଧ କରିଛନ୍ତି।

ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ସଞ୍ଜୁ ସାମସନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ନୂତନ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅର୍ଶଦୀପ ସିଂହ କହିଛନ୍ତି,ଦେଶର ସ୍ବପ୍ନ ଏଠାରେ ବାଜି ଲାଗିବ।

Share