ନୂଆଦିଲ୍ଲୀ,୧୯।୮: ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ, ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି, ଏହା ପୂର୍ବରୁ ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ ଭାବରେ ଦେଖାଯାଉଥିଲା। ଜସପ୍ରୀତ ବୁମରା ଏସିଆ କପରେ ଟିମ ଇଣ୍ଡିଆର ମୁଖ୍ୟ ବୋଲର ଭୂମିକା ନିର୍ବାହ କରିବେ। ଧଳା ବଲ ଫର୍ମାଟରେ ନିରନ୍ତର ଚମତ୍କାର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିନାହିଁ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ବାଦ ଦିଆଯାଇଛି।
୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଳକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ଉଇକେଟ୍ କିପର), ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଳଦୀପ ଯାଦବ, ସଞ୍ଜୁ ସାମସନ (ଉଇକେଟ୍ କିପର) ଏବଂ ହର୍ଷିତ ରାଣା, ରିଙ୍କୁ ସିଂ।