Categories: Home Middleଖେଳ

ଏସିଆ କପ୍‌ ୨୦୨୫: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍‌ କଲେନି ଦୁଇ ଅଧିନାୟକ

ନୂଆଦିଲ୍ଲୀ,୧୪।୯: ବହୁ ପ୍ରତିକ୍ଷିତ ଏସିଆ କପ୍‌ ୨୦୨୫ର ଗ୍ରୁପ୍‌ ଏ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସଲମାନ୍‌ ଆଲୀ ଆଘା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ସୁର୍ଯ୍ୟକୁମାର୍‌ ଯାଦବଙ୍କ ନେତୃତ୍ୱାଧୀନ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଆଜି ଆରମ୍ଭ ହୋଇଛି।

ଦୁଇ ଦଳ ଅପରିବର୍ତ୍ତିତ ଖେଳାଳି ସହ ପଡିଆକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ରାଜନୈତିକ ସଙ୍କଟ ଯୋଗୁଁ ବିଶେଷ ମହତ୍ୱ ରହିଛି, ବିଜେତା ଦଳ ସୁପର୍‌-4 କ୍ୱାଲିଫାଏ ପ୍ରାୟ ନିଶ୍ଚିତ କରିବ। ମ୍ୟାଚ ପାଇଁ ଦୁବାଇ ପୋଲିସ ବିଶାଳ ସୁରକ୍ଷା ବ୍ୟବସ୍ଥା କରିଛି, ନିୟମ ଭାଙ୍ଗିଲେ ଦର୍ଶକମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା, ଦେଶକୁ ନିର୍ବାସନ କିମ୍ବା ଜେଲ୍‌ ହୋଇପାରେ। ଦୁହେଁ ଦଳ ଟୁର୍ନାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି।

ଭାରତ: ଅଭିଷେକ୍‌ ଶର୍ମା, ଶୁଭମନ୍‌ ଗିଲ୍‌, ସୁର୍ଯ୍ୟକୁମାର୍‌ ଯାଦବ (ଅଧିନାୟକ), ତିଲକ୍‌ ବର୍ମା, ସଞ୍ଜୁ ସାମସନ(ୱିକେଟ୍‌କିପର୍‌), ଶିବମ୍‌ ଦୁବେ, ହର୍ଦ୍ଦିକ୍‌ ପାଣ୍ଡ୍ୟା, ଅକ୍ସର୍‌ ପ୍ୟାଟେଲ୍‌, କୁଲଦୀପ୍‌ ଯାଦବ, ଜସପ୍ରୀତ୍‌ ବୁମରାହ୍‌, ବରୁଣ୍‌ ଚକ୍ରବର୍ତ୍ତୀ।

ପାକିସ୍ତାନ: ସାହିବଜାଦା ଫାରହାନ୍‌, ସାଇମ୍‌ ଆୟୁବ୍‌, ମୋହମ୍ମଦ୍‌ ହାରିସ୍‌ (ୱିକେଟ୍‌କିପର୍‌), ଫଖର୍‌ ଜମାନ୍‌, ସଲମାନ୍‌ ଆଘା (ଅଧିନାୟକ), ହସନ୍‌ ନବାଜ୍‌, ମୋହମ୍ମଦ୍‌ ନବାଜ୍‌, ଫହୀମ୍‌ ଆଶରଫ୍‌, ଶାହୀନ୍‌ ଆଫ୍ରିଦି, ସୁଫିୟାନ୍‌ ମୁକୀମ୍‌, ଅବ୍ରାର୍‌ ଆହମ୍ମଦ୍‌।