Categories: Home Middleଖେଳ

ଏସିଆ କପ୍‌ ୨୦୨୫: କୁଲଦୀପଙ୍କ ସ୍ପିନ୍‌ ଜାଲରେ ଫସିଲା ପାକିସ୍ତାନ, ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୨୮

ଦୁବାଇ, ୧୪।୯: ଏସିଆ କପ୍‌ ୨୦୨୫ର ରବିବାର ଖେଳାଯାଉଥିବା ଗ୍ରୁପ୍‌ ଏ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟିଂ ବିଭାଗ ଭାରତ ଆଗରେ ମାଟି କାମୁଡ଼ିଛି। ୨୦ ଓଭରରେ ପାକିସ୍ତାନ ଦଳ ୯ ଉଇକେଟ ହରାଇ ୧୨୭ ସ୍କୋର କରିଛି। ଶାହୀନ୍‌ ଶାହ ଆଫ୍ରିଦିଙ୍କ ଶେଷ ଆଡକୁ ଦମଦାର ବ୍ୟାଟିଂ ବଳରେ ପାକିସ୍ତାନକୁ ୧୦୦ରୁ କମ୍‌ ସ୍କୋରରେ ଅଲ୍‌ଆଉଟ୍‌ ହେବାରୁ ରକ୍ଷା କରିଥିଲା।

ଭାରତୀୟ ସ୍ପିନର କୁଲଦୀପ ଯାଦବ (୩ ଓ୍ଵିକେଟ୍‌) ଓ ଅକ୍ସର ପ୍ୟାଟେଲ (୨ ଓ୍ଵିକେଟ୍‌) ଅସାଧାରଣ ବୋଲିଂ କରିଥିବା ବେଳେ ଜସପ୍ରୀତ ବୁମରାହ ଓ ହର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରାରମ୍ଭରେ ଦ୍ରୁତ ଓ୍ଵିକେଟ୍‌ ନେଇ ପାକିସ୍ତାନକୁ ଚାପରେ ରଖିଥିଲେ। ଏବେ ଭାରତକୁ ବିଜୟ ପାଇଁ ୧୨୮ ରନ୍ ଆବଶ୍ୟକ।

Share