Categories: Home Leftଖେଳ

ଏସିଆ କପ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା, ମ୍ୟାଚ ଖେଳିବେନି ଏହି ୪ ଖେଳାଳି

କଲମ୍ବୋ,୩୦।୮: ଏସିଆ କପ ୨୦୨୩ ବୁଧବାର ଠାରୁ ଆରମ୍ଭ ହେଉଛି। ଏଥିରେ ଶ୍ରୀଲଙ୍କାର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଅଛି। ଅଗଷ୍ଟ ୩୧ରେ ଏହି ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା କରିଛି। କିନ୍ତୁ ତାଙ୍କର ଚାରିଜଣ ଶ୍ରେଷ୍ଠ ଖେଳାଳି ଟୁର୍ନାମେଣ୍ଟରେ ଖେଳି ପାରିବେ ନାହିଁ। ୱାନିନ୍ଦୁ ହସରାଙ୍ଗା, ଦୁଷ୍ମନ୍ଥ ଚମିରା, ଦିଲଶାନ ମଦୁଶଙ୍କା ଏବଂ ଲାହିରୁ କୁମାରା ଦଳରେ ସାମିଲ ହୋଇନାହାନ୍ତି।

ଖେଳାଳିଙ୍କ ଆଘାତ ଯୋଗୁ ଶ୍ରୀଲଙ୍କା ଦଳ ଚିନ୍ତିତ। ଆହତ କାରଣରୁ ମଦୁଶଙ୍କା, ଚମିରା, ଲାହିରୁ ଏବଂ ହସରାଙ୍ଗା ଏସିଆ କପ ୨୦୨୩ରୁ ବାଦ ପଡିଛନ୍ତି। ଜୁଲାଇ ୨୦୨୩ରେ ହସରଙ୍ଗା ଶ୍ରୀଲଙ୍କା ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଏ ପର୍ଯ୍ୟନ୍ତ ଆଘାତରୁ ମୁକ୍ତି ପାଇନାହାଁନ୍ତି। ଏହି କାରଣରୁ ସେ ଟୁର୍ନାମେଣ୍ଟର ଅଂଶ ନୁହଁନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏଥର ଶ୍ରୀଲଙ୍କା ପାଇଁ ଏସିଆ କପରେ କୁସଲ ମୋଣ୍ଡିସ, କୁରଣାରତନେ ଏବଂ ଅଧିନାୟକ ଦାସୁନ ଶାନାକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ବାଂଲାଦେଶ ବିପକ୍ଷରେ ଜିତିବା ତାଙ୍କ ପାଇଁ ସହଜ ହେବ ନାହିଁ। ଶ୍ରୀଲଙ୍କାର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ। ଏହା ପରେ ଦ୍ୱିତୀୟ ମ୍ୟାଚ ଆଫଗାନିସ୍ତାନ ସହିତ ହେବ। ଏହି ମ୍ୟାଚ ଲାହୋରରେ ୫ ସେପ୍ଟେମ୍ବରରେ ଖେଳାଯିବ। ଏହା ପରେ ଟୁର୍ନାମେଣ୍ଟରେ ସୁପର ଫୋର୍‌ ମ୍ୟାଚ ଖେଳାଯିବ।

Share