Categories: Home Leftଖେଳ

ଦିଲ୍ଲୀରେ ଏସିଆ କପ ପାଇଁ ଚୟନ କରାଯିବ ଭାରତୀୟ ଦଳ, ଚୟନ କମିଟି ବୈଠକରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ,୧୯।୮: ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇର ପୁରୁଷ ବରିଷ୍ଠ ଚୟନ କମିଟିର ବୈଠକ ଦିଲ୍ଲୀରେ ସୋମବାର ଅର୍ଥାତ୍‌ ଅଗଷ୍ଟ ୨୧ରେ ବସିବ। ଏହାର ପ୍ରମୁଖ ଖେଳାଳିଙ୍କ ଆଘାତ ଚିନ୍ତା ମଧ୍ୟରେ ଏସିଆ କପ ଏବଂ ବିଶ୍ୱକପ ପାଇଁ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଦଳ ଘୋଷଣା କରିନାହିଁ। ପାକିସ୍ତାନ, ନେପାଳ ଏବଂ ବାଂଲାଦେଶ ଭଳି ଦେଶ ସେମାନଙ୍କ ଦଳ ଘୋଷଣା କରିସାରିଛନ୍ତି। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଏପରିକି ବିଶ୍ୱକପ ପାଇଁ ଅସ୍ଥାୟୀ ଟିମର ଘୋଷଣା କରିଛନ୍ତି।

ଚୟନ କମିଟି ବୈଠରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି। ଦଳ ଚୟନରେ ବିଳମ୍ବ ହେବାର ମୁଖ୍ୟ କାରଣ ହେଉଛି ଖେଳାଳିଙ୍କ ଉପଲବ୍ଧତା। ଟିମ ଇଣ୍ଡିଆର ଅନେକ ଖେଳାଳି ଆହତ ହୋଇଛନ୍ତି। ସେହି ଖେଳାଳିମାନଙ୍କ ମଧ୍ୟରୁ କେତେକ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଭାରତ ୧୫ ଖେଳାଳି ନା ଆଉ ଅଧିକ ଖେଳାଳିଙ୍କୁ ଚୟନ କରୁଛି କି ତାହା ଦେଖିବା ବାକି ରହିଲା।

Share