Categories: Home Leftଖେଳ

ବିଶ୍ୱକପ୍‌ ଦଳରେ ଅଶ୍ୱିନଙ୍କ ଏଣ୍ଟ୍ରି ନିଶ୍ଚିତ

ନୂଆଦିଲ୍ଲୀ,୨୦।୯: ଆସନ୍ତା ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ହେବ। ଅଷ୍ଟ୍ରେଲିଆ ସିରିଜ ପରେ ବର୍ତ୍ତମାନ ଆର୍‌ ଅଶ୍ୱିନଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବ। ଏହା ପୂର୍ବରୁ ଅଶ୍ୱିନ ଆହତ ଅକ୍ଷର ପଟେଲଙ୍କ ସ୍ଥାନ ନେବେ ବୋଲି ବିଶ୍ୱାସ କରାଯାଉଥିଲା। ରିପୋର୍ଟ ଅନୁଯାୟୀ ଅକ୍ଷର ଫିଟ୍‌ ହୋଇଥିଲେ ମଧ୍ୟ ଅଶ୍ୱିନଙ୍କୁ ଦଳରେ କରାଯିବ। ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲ ଠାକୁର ଦଳରୁ ବାଦ୍‌ ପଡିପାରନ୍ତି।

ଆଇସିସି ଗାଇଡଲାଇନ ଅନୁଯାୟୀ, ବିଶ୍ୱକପ ଦଳରେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ପରିବର୍ତ୍ତନ କରାପାରେ। ବିସିସିଆଇ ବର୍ତ୍ତମାନ ଅଶ୍ୱିନ ଏବଂ ସୁନ୍ଦରଙ୍କ ମଧ୍ୟରୁ କାହାକୁ ସାମିଲ କରାଯିବାକୁ ନେଇ ଦ୍ୱନ୍ଦ୍ୱରେ ଅଛି। ଏହି ଦୁଇ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିନିକିଆ ସିରିଜରେ ସୁଯୋଗ ଦିଆଯାଇଛି। ଦିନିକିଆ ସିରିଜରେ ପ୍ରଦର୍ଶନ ଆଧାରରେ ବିଶ୍ୱକପ୍‌ ଦଳରେ ପରିବର୍ତ୍ତନ ହେବ।

Share