Categories: Home Leftଖେଳ

ବିକ୍ରି ହୋଇପାରିଲେନି ଅଶ୍ୱିନୀ

ଦୁବାଇ,୩ା୧୦: ଆଇଏଲ୍‌ଟି୨୦ ଖେଳାଳି ନିଲାମିରେ ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିକ୍ରି ହୋଇ ପାରିନାହାନ୍ତି। ଟୁର୍ନାମେଣ୍ଟ ପାଇଁ ଅଶ୍ୱିନ ଏକ ମାତ୍ର ଖେଳାଳି ଯାହାଙ୍କର ବେସ୍‌ ପ୍ରଇସ୍‌ ୬ ଅଙ୍କ ବିଶିଷ୍ଟ ୧୨୦,୦୦୦ ଆମେରିକୀୟ ଡଲାର ରହିଥିଲା। ମାତ୍ର କୌଣସି ଦଳ ତାଙ୍କୁ କ୍ରୟ କରିବାକୁ ରାଜି ହୋଇ ନ ଥିଲେ। କିନ୍ତୁ ସେ ଚାହିଁଲେ ଓ୍ବାଇଲ୍ଡ କାର୍ଡ ହିସାବରେ କୌଣସି ଦଳ ସହିତ ଚୁକ୍ତି କରିପାରନ୍ତି।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଅବସର ଘୋଷଣା କରି ବା ବରେ ବିଦେଶରେ ଫ୍ରାଞ୍ଚାଇଜ ପ୍ରତିଯୋଗିତାରେ ଖେଳିବା ଲାଗି ତାଙ୍କ ପାଇଁ ରାସ୍ତା ଖୋଲିଯାଇଥିଲା। ସେ ସଂଯୁକ୍ତ ଆର ଏମିରେଟ୍ସ (ୟୁଏଇ) ଭିତ୍ତିକ ଲିଗ୍‌ରେ ଖେଳିବା ଲାଗି ତାଙ୍କ ନାମ ପଞ୍ଜିକୃତ କରିଥିଲେ। ସେ ପୁରା ସିଜନ ପାଇଁ ଲପଲବ୍ଧ ହେବେ ବୋଲି ସ୍ପଷ୍ଟ କରିଦେଇଥିଲେ।

୩୯ ବର୍ଷୀୟ ଏହି କ୍ରିକେଟର ଗତ ସପ୍ତାହରେ ବିଗ୍‌ ବାଶ ଲିଗ୍‌ ପାଇଁ ସିଡ୍‌ନୀ ଥଣ୍ଡର ସହିତ ଚୁକ୍ତି କରଛନ୍ତି। ଫଳତଃ ସେ ପ୍ରଥମ ଭାରତୀୟ ହାଇପ୍ରୋଫାଇଲ କ୍ରିକେଟର ଭାବେ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଗତବର୍ଷ ଭାରତର ଅଷ୍ଟ୍ରେଲିଆ ଟୁର୍‌ ଚାଲିଥିବା ବେଳେ ଅଶ୍ୱିନ ଏହାର ମଧ୍ୟ ଭାଗରେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଥିଲେ।

ନିଲାମି ବେଳେ ପୂର୍ବ ବିଦର୍ଭ ଅଫ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଅକ୍ଷୟ ଓ୍ବାଖାରେଙ୍କ ସହିତ ଦୁବାଇ କ୍ୟାପିଟାଲ୍ସ ଚୁକ୍ତି ସ୍ବାକ୍ଷର କରିଛି। ସେହିପରି ବର୍ତ୍ତମାନ ଆମେରିକାରୁ ଖେଳୁଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କୁ ଆବୁଧାବି ନାଇଟ ରାଇଡର୍ସ ନେଇଛି।

Share