Categories: Home Leftଖେଳ

ଏଜାଜଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ଅଶ୍ୱିନ

ମୁମ୍ବାଇ,୬।୧୨: ମୁମ୍ବାଇ ଟେଷ୍ଟରେ ଫରଫେକ୍ଟ ୧୦ ଉଇକେଟ ହାସଲ କରିଥିବା ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲଙ୍କୁ ମ୍ୟାଚ୍‌ ପରେ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଉପହାର ଭାବେ ଭାରତୀୟ ଖେଳାଳିଙ୍କ ହସ୍ତାକ୍ଷର ଥିବା ଟିମ୍‌ ଇଣ୍ଡିଆ ଜର୍ସି ଭେଟେରାନ ଅଫ୍‌ ସ୍ପିନର ପ୍ରଦାନ କରିଥିଲେ।

ଏହି ଅବସରରେ ଅଶ୍ୱିନ କହିଥିଲେ,“ ଡ୍ରେସିଂ ରୁମ୍‌ରୁ ମୁଁ ଏଜାଜଙ୍କ ବୋଲିଂର ମଜା ନେଇଥିଲି। ଏଣୁ ତାଙ୍କୁ ସମ୍ମାନିତ କରିବା ପାଇଁ ମୁଁ ଦଳୀୟ ଖେଳାଳିଙ୍କ ହସ୍ତାକ୍ଷର ଥିବା ମୋ ଜର୍ସି ପ୍ରଦାନ କରୁଛି”। ଉଲ୍ଲେଖଯୋଗ୍ୟ, ଇଂଲଣ୍ଡର ଜିମ ଲେକର (୧୯୮୫) ଓ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ (୧୯୯୯)ଙ୍କ ପରେ ବିଶ୍ୱର ୩ୟ ବୋଲର ଭାବେ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିଲେ। ତେବେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୦ ଉଇକେଟ ନେବାରେ ସେ ପ୍ରଥମ ବୋଲର।