ଆଇସିଏଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଆଶୁତୋଷ

ଭୁବନେଶ୍ୱର,୧୬।୧: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)ର ଭୁବନେଶ୍ୱର ଚାପ୍ଟରର ନୂତନ କାର୍ଯ୍ୟାଳୟ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି। ଚାପ୍ଟରର ଅଧ୍ୟକ୍ଷ ଭାବେ ସିଏମ୍‌ଏ ଆଶୁତୋଷ ଦେବତା ମନୋନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ ଭାବେ ସିଏମ୍‌ଏ ଅଜୟ କୁମାର ସାମଲ ଏବଂ ସମ୍ପାଦକ ଭାବେ ସିଏମ୍‌ଏ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ପରିଚାଳନା କର୍ମକର୍ତ୍ତାମାନେ ଚୟନ କରିଛନ୍ତି। ଅପରପକ୍ଷରେ ଚାପ୍ଟରର ନୂତନ କାର୍ଯ୍ୟାଳୟ ପଦାଧିକାରୀ ଚୟନ ହୋଇସାରିବା ପରେ ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ସିଏମଏ ଶାନ୍ତନୁ କୁମାର ରାଉତ ନବ ନିର୍ବାଚିତ ଅଧ୍ୟକ୍ଷ ଆଶୁତୋଷ ଦେବତାଙ୍କୁ ଉକ୍ତ ଦାୟିତ୍ୱ ହସ୍ତାନ୍ତର ସହ ଅନ୍ୟ ପରିଚାଳନା କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ନୂତନ ଅଧ୍ୟକ୍ଷଙ୍କୁ ପରିଚାଳନା କର୍ମକର୍ତ୍ତାମାନେ ସମ୍ବର୍ଦ୍ଧନା ଦେଇଥିଲେ।