ଗଞ୍ଜାମ ସହରରେ ଲାଗିଲା ଅଶୋକ ଚକ୍ର

ଗଞ୍ଜାମ,୧୧।୨(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି। ଏଥିସହ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶ ମୂର୍ତ୍ତି ସାନିବଜାର ଶନି ମନ୍ଦିରଠାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର କହିଛନ୍ତି l ବର୍ତ୍ତମାନ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଠାରେ ୱାଟର ପାର୍କ ଏନ୍‌ଏସି ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଛି। ଏପରି କି ସହରର ବିଭିନ୍ନ ସ୍ଥାନରେ ଆହୁରି ୱାଟର ପାର୍କ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି l ଅଶୋକ ଚକ୍ର ସ୍ଥାପନ ବେଳେ ଇଓ ଅବିନାଶ ମିଶ୍ର, ୱାର୍ଡ କାଉନ୍‌ସିଲର, ସାନିଟେସନ ଏକ୍ସପର୍ଟ ସୁମିତ ବେହେରା, ଦୀପ୍ତି ରଞ୍ଜନ ପୃଷ୍ଟି, ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ଏନ୍‌ଏସି ଜମାଦାର ଉତ୍ତମ ବେହେରା, ଜୟକୃଷ୍ଣ ଶାସମଲ ପ୍ରମୁଖ ଉପସ୍ଥିତ ଥିଲେ।