ତ୍ରିରଙ୍ଗା ପତାକାରେ ନାହିଁ ଅଶୋକ ଚକ୍ର ଚିହ୍ନ: ଖୋଲାଖୋଲି ସମ୍ଭିଧାନ

ଝାରସୁଗୁଡ଼ା,୨୬ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ରେଳଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଝାରସୁଗୁଡାର ଟିମ୍‌ ସେଭ୍‌ ସଦସ୍ୟମାନେ ଝାରସୁଗୁଡ଼ା ରେଲୱେ ଷ୍ଟେଶନ ମାଷ୍ଟରଙ୍କୁ ବୁଧବାର ଅପରାହ୍ନରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ରେଳ ଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଯାହାକି ଭାରତୀୟ ସମ୍ବିଧାନର ଫ୍ଲାଗ୍‌ କୋର୍ଡକୁ ଅବମାନନା କରୁଛି। ଏଥିସହ ଭାରତୀୟଙ୍କ ହୃଦୟରେ ଆଘାତ ପହଞ୍ଚାଇଛି। ତେଣୁ ଉକ୍ତ ପତାକାକୁ ତୁରନ୍ତ ପରିବର୍ତ୍ତନ କରି ଅଶୋକ ଚକ୍ର ଚିହ୍ନ ଥିବା ପତାକା ଲଗାଇବାକୁ ଟିମ୍‌ ସେଭ୍‌ ସଦସ୍ୟମାନେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share