Categories: Home Leftଖେଳ

୪ର୍ଥ ଟେଷ୍ଟ ମ୍ୟାଚ ପାଇଁ ପ୍ଲେ-୧୧ ଘୋଷଣା କଲା ଇଂଲଣ୍ଡ, ୬୮୮ ଉଇକେଟ୍‌ ନେଇଥିବା ବୋଲରଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ,୧୭।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ଦୁଇଟି ଟେଷ୍ଟରେ ହାରିଯିବା ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସିରିଜ ପରାଜୟର ସଙ୍କଟକୁ ଏଡାଇ ଦେଇଥିଲା। ବର୍ତ୍ତମାନ ଚତୁର୍ଥ ଟେଷ୍ଟ ମ୍ୟାଚ ଦୁଇ ଦଳ ମଧ୍ୟରେ ଜୁଲାଇ ୧୯ରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ଏହି ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେ-୧୧ ଘୋଷଣା କରିଛି।

ଉଲ୍ଲେଖନୀୟ କଥା ହେଉଛି, ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଟେଷ୍ଟ ଜିତିଥିଲା। ଏଜବାଷ୍ଟନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ୨ ଉଇକେଟ୍‌ ଏବଂ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୩ ରନରେ ଜିତିଥିଲା। ଏହା ପରେ ଇଂଲଣ୍ଡ ଲିଡ୍ସରେ ଫେରି ୩ ଉଇକେଟ୍‌ ନେଇ ତୃତୀୟ ଟେଷ୍ଟ ଜିତିଥିଲା। ଏହିପରି ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗରେ ରହିଛି।

ତୃତୀୟ ଟେଷ୍ଟରେ ବିଜୟ ସତ୍ତ୍ୱେ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ପାଇଁ ପ୍ଲେ-୧୧ରେ ପରିବର୍ତ୍ତନ ଆଣିଛି। ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ପାଇଁ ଅଲି ରବିନ୍ସନ୍‌ଙ୍କ ସ୍ଥାନରେ ଜେମ୍ସ ଆଣ୍ଡରସନ ଦଳକୁ ଫେରିଛନ୍ତି। ଟେଷ୍ଟ କ୍ରିକେଟରେ ଆଣ୍ଡରସନ ସର୍ବାଧିକ ଉଇକେଟ ନେଇଛନ୍ତି। ତାଙ୍କ ନାମରେ ୬୮୮ ଉଇକେଟ୍‌ ରହିଛି।

ପ୍ଲେ-୧୧: ବେନ ଡକେଟ, ଜ୍ୟାକ କ୍ରୌଲି, ମୋଇନ ଅଲି, ଜୋ ରୁଟ, ଜନି ବିୟରଷ୍ଟୋ (ଉଇକେଟ କିପର), ବେନ ଷ୍ଟୋକ୍ସ (ଅଧିନାୟକ), ହ୍ୟାରି ବ୍ରୁକ୍‌, କ୍ରିସ ଓ୍ବକ୍ସ, ଷ୍ଟୁଅର୍ଟ ବ୍ରଡ, ମାର୍କ ବୁଡ ଏବଂ ଜେମ୍ସ ଆଣ୍ଡରସନ