‘ପଞ୍ଜାବରେ ନିଶା ତ ଆପଣଙ୍କ ସରକାର ସମୟରେ ବ୍ୟାପିଥିଲା’, ଶାହାଙ୍କ ବୟାନର ପ୍ରତିକ୍ରିୟା ଦେଲେ କେଜରିଓ୍ବାଲ

ଚଣ୍ଡିଗଡ଼,୧୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବର ଗୁରୁଦାସପୁରରେ ଏକ ରାଲିକୁ ସମ୍ବୋଧିତ କରି ଆମ ଆଦମୀ ପାର୍ଟି(ଏଏପି) ଉପେର ଖୁବ ବର୍ଷିଛନ୍ତି। ଏବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଶାହାଙ୍କ ବୟାନର ଜବାବ ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି, ଏଏପି ଅମୃତସରରେ ଏନସିବିର କାର୍ଯ୍ୟାଳୟ ଖୋଲୁଛି ନା ଭାଜପାର ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଣି ଏନସିବି ଗାଁ ଗାଁରେ ଭାଜପା କର୍ମୀଙ୍କ ଜରିଆରେ କେମିତି କାମ କରିବ ବୋଲି ବି ସେ ପ୍ରଶ୍ନ କରିଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କୁ ପଞ୍ଜାବରେ ନିଶା କାରବାକୁ ନେଇ କୌଣସି ଚିନ୍ତା କରିବାର ନାହିଁ। ଏନସିବିକୁ ବ୍ୟବହାର କରି ଭାଜପାର ପ୍ରଚାର କରିବାର ଅଛି। ଏମିତିତ ନିଶା ଆପଣ ଓ ଅକାଳି ଦଳ ସରକାର ସମୟରେ ବ୍ୟାପିଥିଲା ବୋଲି ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି କେଜରିଓ୍ବାଲ।

ସୂଚନାଯୋଗ୍ୟ, ଅମିତ ଶାହା କହିଛନ୍ତି, ‘ମୋଦି ସରକାର ଦେଶକୁ ନିଶା ମୁକ୍ତ କରିବାକୁ ଓ ପଞ୍ଜାବ ଭିତରେ ନିଶା କାରବାରର ମୂଳୋତ୍ପାଟନ କରିବାକୁ କାମ କରୁଛନ୍ତି। ନିଶା ବିରୋଧରେ ଲଢେଇ ଲଢିବାକୁ ଅମୃତସରରେ ଏକ ମାସ ମଧ୍ୟରେ ଏନସିବିର କାର୍ଯ୍ୟାଳୟ ଖୋଲିବ। ଆଉ କିଛିଦିନ ମଧ୍ୟରେ ଭାଜପାର କର୍ମୀ ପ୍ରତି ଗାଁକୁ ଯାଇ ନିଶା ବିରୋଧରେ ଜନଜାଗରଣ ଯାତ୍ରା ବି ଆରମ୍ଭ କରିବେ।

Share