ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆଜି ଜନ୍ମଦିନ, ଏଏପି ନେତା ଟୁଇଟ୍‌ କରି ଲେଖିଲେ…

ନୂଆଦିଲ୍ଲୀ,୧୬।୮: ଆଜି ଆମ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆ ସାଇଟ ’ଏକ୍ସ’ରେ ପୋଷ୍ଟ କରି ଏଏପି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ସିଏମ କେଜ୍‌ରିଓ୍ବାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆତିଶୀ ଲେଖିଛନ୍ତି ଯେ ଆଜି ହେଉଛି ଆଧୁନିକ ଭାରତର ବୈପ୍ଳବିକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜନ୍ମଦିନ, ଯିଏ ତାଙ୍କ ଶାସନ ମଡେଲ ସହିତ ଦିଲ୍ଲୀର ସ୍ଥିତିକୁ ବଦଳାଇ ଦେଇଛନ୍ତି। ତାଙ୍କର ସଚ୍ଚୋଟ ରାଜନୀତି ସହିତ ଦିଲ୍ଲୀର ଲୋକଙ୍କୁ ନୂଆ ଆଶା ଦେଇଛି।

ଆତିଶୀ ଆହୁରି ଲେଖିଛନ୍ତି, ଏକଛତ୍ରବାଦୀ ଶାସନ ସହ ଲଢୁଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଭବିଷ୍ୟତକୁ ଆକୃଷ୍ଟ କରିଥିବା ଅରବିନ୍ଦ କେଜ୍‌ରିଓ୍ବାଲ ଆଜି ଏକ ମିଥ୍ୟା ମାମଲାରେ ଜେଲରେ ଅଛନ୍ତି। କିନ୍ତୁ ସତ୍ୟ ଜିତିବ, ଦିଲ୍ଲୀର ପ୍ରିୟ ମୁଖ୍ୟମନ୍ତ୍ରୀ ବାହାରକୁ ଆସିବେ।