ଇତିହାସ ରଚିଲେ ଅର୍ଶଦୀପ: ବାବରଙ୍କୁ ପଛରେ ପକାଇ ଜିତିଲେ ଟି୨୦ର ସବୁଠାରୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୪ ମସିହା ପାଇଁ ପୁରୁଷ ଟି-୨୦ କ୍ରିକେଟରଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତର ଅର୍ଶଦୀପ ସିଂ, ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଏବଂ ଜିମ୍ବାୱେର ସିକନ୍ଦର ରାଜା ସାମିଲ ଥିଲେ। ଏହି ସମସ୍ତ ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ଅର୍ଶଦୀପ ଏହି ପୁରସ୍କାର ନିଜ ନାମରେ କରିିଛନ୍ତି। ଅର୍ଶଦୀପ ଗତ ବର୍ଷ ଟି-୨୦ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଟି-୨୦ ବିଶ୍ୱକପ ଟାଇଟଲ ଜତାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ତାଙ୍କୁ ଏହି ସ୍ମରଣୀୟ ପ୍ରଦର୍ଶନର ପୁରସ୍କାର ICC ପୁରସ୍କାର ଦ୍ୱାରା ମିଳିଛି।
ଗତ କିଛି ବର୍ଷ ମଧ୍ୟରେ, ଯୁବ ଦ୍ରୁତ ବୋଲର ଅର୍ଶଦୀପ ଟି-୨୦ ଫର୍ମାଟରେ ଟିମ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲର ପାଲଟିଛନ୍ତି। ୨୦୨୪ରେ ମଧ୍ୟ ତାଙ୍କ ପକ୍ଷରୁ ବହୁତ ଭଲ କ୍ରିକେଟ ଦେଖିବାକୁ ମିଳିଥିଲା। ସେ ଟିମ ଇଣ୍ଡିଆ ପାଇଁ ୧୮ ଟି-୨୦ ମ୍ୟାଚ୍‌ ଖେଳି ୩୬ ଉଇକେଟ ନେଇଥିଲେ। ସେ ୨୦୨୪ ମସିହାରେ ଭାରତ ପାଇଁ ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ଥିଲେ। ସେହିଭଳି ଅର୍ଶଦୀପ ମଧ୍ୟ ସମ୍ପ୍ରତି ୨୦୨୪ ବର୍ଷ ପାଇଁ T20I ଦଳରେ ସ୍ଥାନ ପାଇଥିଲେ।
ଅନ୍ୟପକ୍ଷରେ ୧୭ ବର୍ଷ ପରେ ଭାରତକୁ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାରେ ଅର୍ଶଦୀପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୨୦୨୪ ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିଲେ। ଏହି ଟୁର୍ନାମେଣ୍ଟରେ ସେ ମୋଟ ୧୭ ଉଇକେଟ ନେଇଥିଲେ। ଫାଇନାଲ ମ୍ୟାଚ୍‌ରେ ସେ ନେଇଥିବା ୨ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଯୋଗୁ ଭାରତୀୟ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା।

ଅର୍ଶଦୀପ ନଭେମ୍ବର 2022ରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ। ସେ ମାତ୍ର ୨ ବର୍ଷ ମଧ୍ୟରେ T20 କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି। ସେ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆ ପାଇଁ ଟି-୨୦ରେ ୯୭ ଉଇକେଟ ନେଇଛନ୍ତି। ତାଙ୍କ ତୁଳନାରେ, କୌଣସି ଭାରତୀୟ ବୋଲର ଏତେ ଅଧିକ ଉଇକେଟ ନେଇପାରି ନାହାନ୍ତି। ପୂର୍ବରୁ ଏହି ରେକର୍ଡ ଯୁଜବେନ୍ଦ୍ର ଚହଲଙ୍କ ନାମରେ ଥିଲା। ଚହଲ ଟି-୨୦ରେ ଟିମ ଇଣ୍ଡିଆ ପାଇଁ ୯୬ଟି ଉଇକେଟ ନେଇଛନ୍ତି। କିନ୍ତୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଅର୍ଶଦୀପ ତାଙ୍କୁ ପଛରେ ପକାଇ ଦେଇଥିଲେ। ।