AURORA, CO - JULY 15 : Nurse Carolyn Golas, center, and frontline workers of the Medical Center of Aurora gather in front of the hospital for COVID-19 memorial at Aurora, Colorado on Thursday, July 15, 2021. The hospital dedicated a plaque at a tree to commemorate the lives lost to COVID-19. The hospital workers treated and cared for more than 1,600 COVID patients since March 1, 2020. (Photo by Hyoung Chang/MediaNews Group/The Denver Post via Getty Images)
ସିଡ୍ନୀ,୩୧ ।୭: କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ଲହର ଶେଷ ହେଉଥିବା ବେଳେ ପୁଣି ମାଡି ଆସୁଥିବା ତୃତୀୟ ଓ ଚତୁର୍ଥ ଲହର ଏବେ କୋକୁଆ ଭୟ ସୃଷ୍ଟି କଲାଣି । କିଛି ବିକାଶଶୀଳ ଦେଶରେ ଏହା କମ୍ ହେବା ପରିବର୍ତ୍ତେ ବଢି ଚାଲିଥିବାରୁ ଲୋକେ ଭୟଭୀତ ହୋଇ ଗଲେଣି । କରୋନାର ଉତ୍ପତି ସ୍ଥଳ ଚାଇନାରେ ଏହା ପୁଣିଥରେ ଦେଖାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସେହିପରି ଏହାର ହେଲ୍ଡ ଓ ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ଲୋକଙ୍କ ନିଦ ହଜାଇ ସାରିଲାଣି । ସିଡ୍ନୀରେ ଏବେ ଡେଲ୍ଟା ଭାରିଏଣ୍ଟ ଆକ୍ରମଣାତ୍ମକ ଢଙ୍ଗରେ ମାଡି ଚାଲିଛି । ଏହାକୁ ଦେଖି ସରକାର ବାଧ୍ୟ ହୋଇ ଲକ୍ ଡାଉନ ଅବଧିକୁ ବୃଦ୍ଧି କରିଥିବା ଜଣାପଡିଛି । ଏହାକୁ ନେଇ ସେଠାକାର ସରକାର କଡା ହୋଇଥିବା ବେଳେ ଲକଡାଉନ ପରେ ବି ଯବାନ ମୂତୟନ କରିବାକୁ ଚିନ୍ତା କରିଛନ୍ତି । ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ଲକଡାଉନ ପାଇଁ ୩୦୦ ଯବାନଙ୍କୁ ମୂତୟନ କରାଯିବାକୁ ଯୋଜନା କରାଯାଉଛି । ତେଣୁ ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ କରାଯିବେ ସେସବୁ ଅଞ୍ଚଳରେ ଲକ୍ ଡାଉନ ସହ ସେନା ମୂତୟନ ହେବେ ଓ ସେମାନଙ୍କର ଟେଷ୍ଟକୁ ବାଧ୍ୟତାମୂଳକ କରାଯିବ ।