କେନ୍ଦ୍ରାପଡା,୨୫।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ନିକିରାଇ ରାଜସ୍ବ ସର୍କଲର ଏଆରଆଇ ଅଭିମନ୍ୟୁ ବେହେରା ଲାଞ୍ଚ ନେଇ ମଙ୍ଗଳବାର ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଲାଞ୍ଚ ନେଇଥିବା ୧୨ ହଜାର ଟଙ୍କା ତାଙ୍କ ନିକଟରୁ ଉଦ୍ଧାର କରିଛି। ଏଥିସହିତ ଆରଇ ଅଫିସ, ପୈତୃକ ଘର ଆଳି ଓ ଭଡାଘର ଗରାପୁରରେ ଚଢ଼ାଉ ଜାରି ରଖିଛନ୍ତି। ନିକିରାଇର ଶ୍ରୀନାଥ ମଲ୍ଲିକଙ୍କର ଏକ ଜମିର କିସମ ପରିବର୍ତ୍ତନ ଆବେଦନ ପତ୍ର ଥିଲା। ଜମି କିସମର ସଂଶୋଧନ ପାଇଁ ଏଆରଆଇ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।