ପିଲାଙ୍କ ସକାଳୁଆ ସ୍କୁଲ ହେଲେ ସେମାନଙ୍କୁ ରେଡି କରୁଥିବା ଲୋକଟି ହିଁ ବେଶି ଥକିପଡେ। ଆଜିର ଜୀବନଶୈଳୀ ଲେଟ୍ରେ ଶୋଇବା ଲେଟ୍ରେ ଉଠିବା ପାଇଁ ଏହି କାମ ଆହୁରି କଷ୍ଟକର ହୋଇପଡେ, ତେବେ ଜଣନ୍ତୁ ଏ ନେଇ କିଛି ସହଜ ଉପାୟ…
ସକାଳୁଆ ସ୍କୁଲ ଥିଲେ ପୂର୍ବଦିନ ରାତିରୁ ହିଁ କିଛି ପ୍ରସ୍ତୁତି କରି ରଖନ୍ତୁ। ଅର୍ଥାତ୍ ପିଲାଙ୍କ ବହିପତ୍ର ସଜାଡ଼ି ରଖିବା, ୟୁନିଫର୍ମ, ପାଣି ବୋତଲକୁ ବାହାରକରି ଏକ ସ୍ଥାନରେ ରଖିବା କାମ କରିଦିଅନ୍ତୁ। ଏମିତିକି ପିଲାଙ୍କୁ କ’ଣ ଟିଫିନ୍ ଦେବେ ସେକଥା ମଧ୍ୟ ପୂର୍ବ ରାତିରୁ ସ୍ଥିରକରି ସବୁ ଜିନିଷ ଅଛି କି ନାହିଁ ଦେଖି ନିଅନ୍ତୁ। ସେହି ଅନୁସାରେ ଯଦି କିଛି ଜିନିଷ ନ ଥାଏ ତେବେ ଆଗୁଆ ଆଣି ରଖିପାରିବେ।
ସ୍କୁଲ ହେଲେ ପିଲାଙ୍କୁ ଉଠାଇବା ସବୁଠୁ କଷ୍ଟ କାମ ହୋଇଥାଏ। ତେଣୁ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠାଇବାର ଅଭ୍ୟାସ କରାନ୍ତୁ। ଏହା ବ୍ୟତୀତ ପିଲାଙ୍କୁ ରାତିରେ ଶୀଘ୍ର ଖାଇବାକୁ ଦେଇ ଶୀଘ୍ର ଶୋଇବାର ଅଭ୍ୟାସ କରାନ୍ତୁ।
ଉଠି କେତେଜଣ ପିଲା ଟିଭି କିମ୍ବା ଫୋନ୍ ଦେଖିବାରେ କିଛି ସମୟ ନଷ୍ଟ କରିଦିଅନ୍ତି। ତେଣୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ପାଇଁ ତାଙ୍କ ଉପରେ ଦୃଷ୍ଟି ରଖନ୍ତୁ। କେଉଁ କାମକୁ କେତେ ଶୀଘ୍ର କରିପାରିବେ ସେନେଇ ପରାମର୍ଶ ବି ଦିଅନ୍ତୁ।
ମଧ୍ୟ ସେମାନଙ୍କ କାମ କରିବା ପାଇଁ ଶିଖାନ୍ତୁ।