ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ନେମ୍ପ୍ଲେଟ୍ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ ପଡୁଥିବାରୁ ଏହା ଯେତେ ପରିଷ୍କାର ରହିବ ସେତେ ଭଲ। ତେବେ ନେମ୍ପ୍ଲେଟ୍ ଲଗାଇବାକୁ ନେଇ କ’ଣ ରହିଛି ବାସ୍ତୁ ଟିପ୍ସ ଜାଣନ୍ତୁ ସେ ସମ୍ପର୍କରେ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଘରର ମାଲିକଙ୍କୁ ତାଙ୍କ ଦାଣ୍ଡ ଦୁଆରେ ନେମ୍ପ୍ଲେଟ୍ ଲଗାଇବା ନିହାତି ଆବଶ୍ୟକ। କାରଣ ଏହା ଏକ ସମ୍ମାନର କଥା। ମଥାରେ ଟିକା ଲଗାଇବା ଯେମିତି ଶୁଭ ଦାଣ୍ଡଦୁଆରେ ନେମ୍ପ୍ଲେଟ୍ ଲଗାଇବା ମଧ୍ୟ ସେମିତି ଶୁଭ।
ମୁଖ୍ୟଦ୍ୱାର କିମ୍ବା ତାକୁ ଲାଗି ରହିଥିବା କବାଟରେ ନେମ୍ପ୍ଲେଟ୍ ଲଗାଇବା ଦ୍ୱାରା ଘରର ଧନବୃଦ୍ଧି ହୁଏ ବୋଲି ବିଶ୍ୱାସ।
ନେମ୍ପ୍ଲେଟ୍ରେ ଲେଖା ଯାଇଥିବା ନାମ ଯେତେ ସ୍ପଷ୍ଟ ଦେଖାଯାଉଥିବ ସେତେ ଭଲ। ଅତି କମ୍ରେ ଦୁଇ/ତିନି ଫୁଟ ଦୂରତାରୁ ଏହାକୁ ଯେମିତି ପଢି ହେଉଥିବ ସେଥିପ୍ରତି ନଜର ଦେବା ଆବଶ୍ୟକ।
ଘରର ମୁଖଦ୍ୱାରକୁ ମ୍ୟାଚିଂ ହେଲାଭଳି ନେମ୍ପ୍ଲେଟ୍ ଲଗାଇବା ଦରକାର।
ଧ୍ୟାନଦେବେ ଯେମିତି ମୁଖ୍ୟଦ୍ୱାର ଓ ନେମ୍ପ୍ଲେଟ୍ ଉପରେ ପର୍ଯ୍ୟାପ୍ତ ଆଲୋକ ପଡିପାରୁଥିବ। ଆବଶ୍ୟକ ହେଲେ ଏଲ୍ଇଡି ଲାଇଟ୍ ଦ୍ୱାରା ମଧ୍ୟ ଏହାକୁ ଡେକୋରେଟ୍ କରିପାରିବେ।
ନେମ୍ପ୍ଲେଟ୍ ଏମିତି ଧାତୁରେ ତିଆରି ହେବା ଦରକାର, ଯେଉଁଥିରେ ସହଜରେ ଜଙ୍କ୍ ଲାଗୁ ନଥିବ।