ଶନିବାର ଦିନ ଖାଉଛନ୍ତି କି ଆମିଷ? ବୈଜ୍ଞାନିକ କାରଣ ଜାଣିଲେ ଆଉ ଖାଇବେନି

କ’ଣ ଆପଣ ବି ଶନିବାର ଦିନ ଆମିଷ ଖାଉଛନ୍ତି କି? ଯଦି ହଁ ତେବେ ସାବଧାନ । ଆମ ମଧ୍ୟରୁ ଅଧିକାଂଶ ଲୋକ ଶନିବାର ଦିନ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସପ୍ତାହର ଏହି ଦିନରେ ନନଭେଜ ନ ଖାଇବା ନେଇ କିଛି ରିପୋର୍ଟ ପ୍ରକାଶ ପାଇଛି । ଏହା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ଦର୍ଶାଯାଇଛି।

ଆମିଷ ଖାଦ୍ୟ ଉପରେ ଅନେକ ସମାଲୋଚନା ସତ୍ତ୍ୱେ, ବିଜ୍ଞାନ କହୁଛି ଯେ ଆମିଷ ଖାଦ୍ୟରେ ଏପରି ପୁଷ୍ଟିକର ପୋଷକ ତତ୍ତ୍ୱ ରହିଥାଏ ଯାହା ନିରାମିଷ ଖାଦ୍ୟରେ ନଥାଏ। ମାଂସରେ ପ୍ରୋଟିନ ଓ ଅନେକ ପୋଷକ ତତ୍ତ୍ୱ ଥାଏ। ଏଗୁଡ଼ିକୁ ସୀମିତ ପରିମାଣରେ ସେବନ କରି ଆପଣ ସୁସ୍ଥ ରହିପାରିବେ। ରବିବାର ଛୁଟି ଥିବା ଅଧିକାଂଶ ଲୋକ ଶନିବାର ଦିନ ମାଂସ କିଣି ଆଣନ୍ତି । କେହି କେହି ରବିବାର ମଧ୍ୟ କିଣିଥାନ୍ତି । ସେଥିପାଇଁ ସାଧାରଣ ଦିନ ଅପେକ୍ଷା ଶନିବାର-ରବିବାର ଦିନ ମାଂସ ଖାଇବାକୁ ଅଧିକ ଭିଡ଼ ଥାଏ।

ଅଧିକାଂଶ ଲୋକଙ୍କର ସପ୍ତାହରେ ତିନି କିମ୍ବା ଚାରି ଥର ନିରାମିଷ ଖାଦ୍ୟ ଖାଇବାର ଅଭ୍ୟାସ ଅଛି। ଯଦି ଆପଣଙ୍କର ବି ଏଭଳି କିଛି ଅଭ୍ୟାସ ଅଛି, ତେବେ ଶନିବାର ଦିନ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ଦିନ ମାଂସ ନଖାଇବା ପଛରେ ଏକ ବୈଜ୍ଞାନିକ କାରଣ ଅଛି। ବର୍ଷ ବର୍ଷ ଧରି, ଆମର ପୂର୍ବ ପୁରୁଷମାନେ ଶନିବାର ଦିନ ମାଂସ ଖାଇବାକୁ ମନା କରିଆସୁଛନ୍ତି। କାରଣ ଏହି ସମୟରେ ପୃଥିବୀ ଉପରେ ଚନ୍ଦ୍ରର ପ୍ରଭାବ ଯୋଗୁଁ ଆମର ପାଚନ ପ୍ରଣାଳୀ ଟିକିଏ ଦୁର୍ବଳ ହୋଇଯାଏ। ଏହା ପାଚନ ସମସ୍ୟା ସୃଷ୍ଟି କରିବ। ଆହୁରି ଅନେକ ସୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଏହି ଦିନ କୌଣସି ଆମିଷ ଖାଦ୍ୟ ନଖାଇବା ଭଲ।