ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି ଖାଲି ପେଟରେ ଚା’ ପିଇଲେ ପାକସ୍ଥଳୀରୁ ଅମ୍ଳ କ୍ଷରଣ ବଢ଼ିଯାଏ। ଚା’ରେ ରହିଥାଏ ସାମାନ୍ୟ ପରିମାଣର ନିକୋଟିନ୍‌, ଯାହା ଆସକ୍ତି ସୃଷ୍ଟିର କାରଣ ହୋଇପାରେ। ଏହାବ୍ୟତୀତ ଖାଲି ପେଟରେ ଗ୍ରୀନ୍‌ ଚା’ ପିଇଲେ ସେଥିରେ ଥିବା କାଟେଚିନ୍‌ ତତ୍ତ୍ୱ ଯୋଗୁ ଯକୃତ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ସକାଳେ ଖାଲିପେଟରେ ଚା’ କି କଫି ପିଇବା ଆଦୌ ନିରାପଦ ନୁହେଁ। ବରଂ ସକାଳୁ ଉଠି ଗିଲାସେ ପାଣି ପିଇ ସାରି ଫଳଟିଏ ଖାଇନେବା ପରେ ୧୫ ରୁ ୨୦ ମିନିଟ୍‌ ପରେ ଚା’ ପିଇହେବ। ଚା’ ସହ ବିସ୍କୁଟ୍‌ କି ସାମାନ୍ୟ ଜଳଖିଆ ଖାଇଲେ ତାହା ଅପେକ୍ଷାକୃତ ନିରାପଦ। ଖାଇସାରିବାର ଘଣ୍ଟାଏ ଦୁଇଘଣ୍ଟା ପରେ ଚା’ କିମ୍ବା କଫି ନିରାପଦରେ ପିଆଯାଇପାରେ।

 

Dharitri – Odisha’s No.1 Odia Daily

 

Share