ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍‌ସ ପିଉଛନ୍ତି କି? ଦେଖାଦେଇପାରେ ଏହି ସମସ୍ୟା…

ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍‌ସ ପିଇବା ଆଜିକାଲି କେତେ ଜନାଦୃତ ହୋଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେବେ ବିଶେଷଭାବରେ ଯୁବପିଢ଼ି ଅଧିକ ପରିମାଣରେ ଏହାର କବଳିତ ହେଉଛନ୍ତି। ଏହାର ସ୍ବାଦ ମନକୁ ସାମୟିକ ଆନନ୍ଦ ଦେଇପାରେ, ହେଲେ ଏହାର ଖରାପ ପ୍ରଭାବ ଅସ୍ଥି ଉପରେ ପଡ଼ିବାର ଆଶଙ୍କା ରିହଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ ନେଇ ନିକଟରେ ସୂଚନା ଦେଇଛନ୍ତି। ‘ଅତ୍ୟଧିକ ମୃଦୁ ପାନୀୟ ପିଇବା ଏବଂ ଅସ୍ଥି ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ (ଯେଉଁମାନଙ୍କର ମୃଦୁ ପାନୀୟ ପିଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା) ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ଅସ୍ଥିଜନିତ ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ମୃଦୁ ପାନୀୟରେ ଏଭଳି ତତ୍ତ୍ୱ ରହିଛି ତାହାର ଖରାପ ପ୍ରଭାବ ଅସ୍ଥି ଉପରେ ପଡ଼ିଥାଏ। ତେଣୁ ଏହାର ପିଇବା ପରିମାଣକୁ ସୀମିତ ରଖିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଅସ୍ଥିକୁ ମଜଭୁତ ରଖିବା ପାଇଁ ଲୁଣଜାତୀୟ ଖାଦ୍ୟ କମ୍‌ ଖାଆନ୍ତୁ।

Share
Tags: cold drinks