ଉଷୁମ ପାଣି ପିଉଛନ୍ତି କି; ମିଳିବ ଏସବୁ….

ଉଷୁମ ପାଣି ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଏକ ଭଲ ଅଭ୍ୟାସ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର ସାବ୍ୟସ୍ତ ହୋଇଥାଏ। ଜଣେ ଆଜ୍‌ମା ରୋଗୀ ପ୍ରତିଦିନ ସକାଳୁ ଉଷୁମ ପାଣି ପିଇବା ନିହାତି ଆବଶ୍ୟକ। କାଶଜନିତ ସମସ୍ୟାକୁ କେତେକାଂଶରେ ଏହା ଦୂର କରିଥାଏ। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟା ସହ ଜଡିତ ତେବେ ନିୟମିତ ଉଷୁମ ପାଣି ପିଇଲେ ଏପରି ସମସ୍ୟା ଅନେକାଂଶରେ ସମାଧାନ ହୋଇଥାଏ। ଏହା ମଧ୍ୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ଏହାର ଆଉ ଏକ ଉପକାରୀ ଗୁଣ ବି ରହିଛି। କୋଲେଷ୍ଟରଲଜନିତ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେଣୁ ନିୟମିତ ଉଷୁମ ପାଣି ପିଇଲେ କୋଲେଷ୍ଟରଲର ପରିମାଣ ସନ୍ତୁଳିତ ରହିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଏହାକୁ ନିୟମିତ ପିଇଲେ ତାହା ମେଦବହୁଳତାକୁ କେତେକାଂଶରେ ନିୟନ୍ତ୍ରିତ କରିଥାଏ।

 

Dharitri – Odisha’s No.1 Odia Daily

 

Share