ଭାଲେଣ୍ଟାଇନ୍ ଡେ’ରେ ବିବାହ କରିବେ ଧନୁଷ-ମୃଣାଳ ଠାକୁର! ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୁଣାଯାଉଥିବା ବେଳେ, ଏବେ ସେମାନେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ଫେବୃଆରୀ ୧୪ ଅର୍ଥାତ୍ ‘ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏହି ଯୋଡ଼ି ଏକ ଗୋପନୀୟ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

ଅନେକ ସମୟରେ ଧନୁଷ ଓ ମୃଣାଳଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଅଜୟ ଦେବଗନଙ୍କ ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର-୨’ର ସ୍କ୍ରିନିଂରେ ଧନୁଷଙ୍କ ଉପସ୍ଥିତି ଏହି ଗୁଜବକୁ ଆହୁରି ବଢ଼ାଇ ଦେଇଥିଲା। ମୃଣାଳ ସୋସିଆଲ ମିଡିଆରେ ଧନୁଷଙ୍କ ଭଉଣୀମାନଙ୍କୁ ଫଲୋ କରିବା ପରେ, ପ୍ରଶଂସକମାନେ ଏହାକୁ ସେମାନଙ୍କ ସମ୍ପର୍କର ସବୁଠାରୁ ବଡ଼ ସଙ୍କେତ ବୋଲି ମନେ କରୁଛନ୍ତି।

ହାଯାଉଛି ଯେ, ମୃଣାଳଙ୍କ ଦକ୍ଷିଣ ଭାରତୀୟ ସିନେମା ପ୍ରତି ଆଗ୍ରହ ଏବଂ କାର୍ଯ୍ୟ ତାଙ୍କୁ ଧନୁଷଙ୍କ ନିକଟତର କରିଛି। ତେବେ ଏହି ବିବାହ ଚର୍ଚ୍ଚା ଉପରେ ମୃଣାଳ ପୂର୍ବରୁ କହିଥିଲେ ଯେ, ଧନୁଷଙ୍କ ସହ ତାଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ। ସେ ଧନୁଷଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି ଦର୍ଶାଇଥିଲେ। ସ୍କ୍ରିନିଂ ଇଭେଣ୍ଟକୁ ନେଇ ସେ ସ୍ପଷ୍ଟ କରିଥିଲେ ଯେ ଧନୁଷଙ୍କୁ ଅଜୟ ଦେବଗନ ନିମନ୍ତ୍ରଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ୧୮ ବର୍ଷର ବୈବାହିକ ଜୀବନ ପରେ ୨୦୨୨ ମସିହାରେ ସେମାନେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି।

Share