Tokyo: India's Deepika Kumari during the women's individual 1/16 eliminations round of the archery event, at the Summer Olympics 2020, in Tokyo, Wednesday, July 28, 2021. Deepika Kumari beats Jennifer Mucino-Fernandez of USA 6-4 to progress to the next round. (PTI Photo/Gurinder Osan)(PTI07_28_2021_000251B)
ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା ବ୍ୟକ୍ତିଗତ ବିଭାଗରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେନିଫର ମୁସିନୋ ଫର୍ନାଣ୍ଡିଜଙ୍କୁ ୬-୪ରେ ପରାସ୍ତ କରି ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ଟିମ୍ମେଟ ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ କିନ୍ତୁ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅନ୍ୟତମ ଭାରତୀୟ ଭାବେ ଦୀପିକାଙ୍କ ସ୍ବାମୀ ଅତନୁ ଦାସ ପଦକ ଦୌଡ଼ରେ ରହିଛନ୍ତି। ଭାରତର ନମ୍ବର ଓ୍ବାନ ତଥା ବିଶ୍ୱର ୩୫ତମ ର଼୍ୟାଙ୍କିଙ୍ଗ୍ ଅତନୁ ଗୁରୁବାର ଓପନିଂ ରାଉଣ୍ଡ ଅଫ୍ ୬୪ରେ ଚାଇନିଜ ତାଇପେର ଡେଙ୍ଗ୍ ୟୁ-ଚେଙ୍ଗ୍ଙ୍କ ବିପକ୍ଷରେ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଦୀପିକା ପୂର୍ବରୁ ଓପନିଂ ରାଉଣ୍ଡରେ ଭୁଟାନର କାର୍ମାଙ୍କ ବିପକ୍ଷରେ ବିଜୟ ହାସଲ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ପ୍ରଥମଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଯାଦବ ତାଙ୍କ ଓପନିଂ ରାଉଣ୍ଡରେ ବିଶ୍ୱର ୨ ନମ୍ବର ଗାଲସାନ ବାଜାରଝାପୋଭ୍ଙ୍କୁ ପରାସ୍ତ କରିଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱ ଚାମ୍ପିୟନ ବ୍ରାଡି ଏଲିସନଙ୍କ ନିକଟରୁ ହାରିଯାଇଥିଲେ। ଅନ୍ୟପକ୍ଷରେ ତରୁଣଦୀପ ଦ୍ୱିତୀୟ ରାଉଣ୍ଡରେ ଇସ୍ରାଏଲର ଇଟେ ଶାନିଙ୍କଠାରୁ ପରାଜିତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି।