Categories: Home Leftଖେଳ

ଫାଇନାଲ ରାଉଣ୍ଡରେ ଅରବିନ୍ଦ

ପ୍ରାଗ୍‌(ଚେକ୍‌ ରିପବ୍ଲିକ), ୭ା୩: ଭାରତୀୟ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ ପ୍ରାଗ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟର ରାଉଣ୍ଡରେ ଚେକ୍‌ ରିପବ୍ଲିକର ଡେଭିଡ ନାଭାରାଙ୍କ ସହ ତାଙ୍କ ଗେମ୍‌ ଡ୍ର ରଖିଛନ୍ତି। ଏଥିସହିତ ସେ ତାଙ୍କର ପ୍ରଥମ ପ୍ରମୁଖ ଟାଇଟଲର ନିକଟତର ହୋଇଛନ୍ତି। ଏହି ଫଳାଫଳ ଦ୍ୱାରା ଅରବିନ୍ଦଙ୍କ ପଏଣ୍ଟ ସଂଖ୍ୟା ୫.୫ରେ ପହଞ୍ଚିଛନ୍ତି। ଆର୍‌. ପ୍ରଜ୍ଞାନନ୍ଦଙ୍କଠାରୁ ଅଧାପଏଣ୍ଟ ଆଗରେ ସେ ପୂର୍ବଭଳି ଅଗ୍ରଣୀ ରହିଛନ୍ତି।

ପ୍ରଜ୍ଞାନନ୍ଦ ମଧ୍ୟ ଭିଏଟ୍‌ନାମର କ୍ୱାଙ୍ଗ୍‌ ଲିଭ୍‌ ଲି’ଙ୍କ ବିପକ୍ଷ ଗେମ୍‌ ଡ୍ର ରଖିଛନ୍ତି। ଅରବିନ୍ଦ ଫାଇନାଲ ରାଉଣ୍ଡରେ ତୁର୍କୀର ଏଡିଜ୍‌ ଗୁରେଲଙ୍କୁ ସାମ୍ନା କରିବେ। ଅନ୍ୟପକ୍ଷରେ ପ୍ରଜ୍ଞାନନ୍ଦଙ୍କୁ ନେଦରଲାଣ୍ଡ୍ସ ଆନିଶ ଗିରିଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ।

ଅନ୍ୟପକ୍ଷରେ ଟପ୍‌ ସିଡ୍‌ ଚାଇନିଜ ଗ୍ରାଣ୍ଡମାଷ୍ଟର ଓ୍ବି ୟି’ ଦୃଢ ପ୍ରତ୍ୟାବର୍ତ୍ତନ ସହ ସ୍ଥାନୀୟ ଫେଭରିଟ୍‌ ଏନଗୁୟେନ ଥାଇ ଦାଇ ଭାନ୍‌ଙ୍କୁ ପରାସ୍ତ କରି ୪.୫ ପଏଣ୍ଟ ସହ ଏକାକି ତୃତୀୟ ସ୍ଥାନରେ ରହିଛନ୍ତି।

ଚାଇନିଜ ଖେଳାଳି ତାଙ୍କ ପ୍ରଥମ ତିନୋଟି ଗେମ୍‌ ମଧ୍ୟରୁ ଦୁଇଟିରେ ପରାଜିତ ହୋଇଥିଲେ। ଭିନସେଣ୍ଟ କେମର (ଜର୍ମାନୀ), ଏଡିଜ ଲରେଲ ଓ ଗିରି ପ୍ରତ୍ୟେକ ୪ ପଏଣ୍ଟ ସହ ମିଳିତ ୪ର୍ଥ ସ୍ଥାନରେ ରହିଛନ୍ତି। ସେମାନଙ୍କ ପଛକୁ କ୍ୱାଙ୍ଗ ଲିମ୍‌, ନାଭାରା ଓ ସାମ୍‌ ଶନକଲାଣ୍ଡ ପ୍ରତ୍ୟେକ ୩.୫ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି। ଦାଇ ଭାନ୍‌ ୨.୫ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛନ୍ତି।

Share