Categories: HomeHome Left

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩ ପରେ ୨୦୧୦ରେ ଏପ୍ରିଲ ମାସର ସର୍ବକାଳୀନ ରେକର୍ଡ ୪୬.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ମଙ୍ଗଳବାର ଝାରସୁଗୁଡ଼ାରେ ତାପମାତ୍ରା ୪୬.୨ ଡିଗ୍ରୀ ଛୁଇଁବା ସହ ଏହି ରେକର୍ଡକୁ ଭାଙ୍ଗିଛି। ଏଥିସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୨ଡିଗ୍ରୀ ଉପରେ ରହିଛି। ଝାରସୁଗୁଡା ତଳକୁ ହୀରାକୁଦରେ ତାପମାତ୍ରା ୪୪.୭ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ୪୪.୬ ଡିଗ୍ରୀ, ବୌଦ୍ଧରେ ୪୪.୫ ଡିଗ୍ରୀ, ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସୁନ୍ଦରଗଡ଼ ଓ ସୋନପୁରରେ ୪୩.୮, ବଲାଙ୍ଗୀରରେ ୪୩.୨, ବରଗଡ଼, ଭବାନୀପାଟଣା ଓ ରାଉରକେଲାରେ ୪୨.୮, ଅନୁଗୋଳରେ ୪୨.୩, ନୂଅପଡ଼ାରେ ୪୨, ତାଳଚେରରେ ୪୦.୬, ପାରଳାଖେମୁଣ୍ଡିରେ ୪୦, କେନ୍ଦୁଝରରେ ୩୯.୯, ଚାନ୍ଦବାଲିରେ ୩୮.୭, ଭୁବନେଶ୍ୱର ୩୬.୭ ଓ ବାଲେଶ୍ୱରରେ ୩୫.୫ ଡିଗ୍ରୀ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share
Tags: heat wave